fbpx

ମାଡି ଆସୁଛି ଶୀତ, ୨୦ ଡିଗ୍ରୀ ତଳେ ୬ଟି ସହର

ଭୁବନେଶ୍ୱର,୩୦ ।୧୦(ଓଡିଶା ଭାସ୍କର): ରାଜ୍ୟରେ ପାରଦ କମିବାରେ ଲାଗିଛି, ଫଳରେ ଶୀତ ବଢିଛି । ୨୦ ଡିଗ୍ରୀ ତଳେ ରହିଛି ୬ଟି ସହରର ତାପମାତ୍ରା । ୧୨.୮ ଡିଗ୍ରୀ ସହ ସୁବର୍ଣ୍ଣପୁର ଆଜିର ଶୀତଳ ସହର ହୋଇଛି । ସେହିପରି ଅନୁଗୁଳରେ ୧୩.୮, ଦାରିଙ୍ଗବାଡିରେ ୧୪, କୋରାପୁଟରେ ୧୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି । ଭୁବନେଶ୍ୱରରେ ୧୯.୮ ଓ କଟକରେ ୨୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.