fbpx

ବେଆଇନ ଖଣି ଖନନ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ରାଜସ୍ୱ ବିଭାଗର ୬ କର୍ମଚାରୀ ନିଲମ୍ବିତ

ନୟାଗଡ଼: ବେଆଇନ ଖଣି ଖନନ ମାମଲାରେ ନୟାଗଡ଼ ଜିଲ୍ଲାପାଳ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜସ୍ୱ ବିଭାଗର ୬ଜଣ କର୍ମଚାରୀଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ଆରଆଇ ରହିଥିବାବେଳେ ୨ଜଣ ସେକ୍ସନ ଅଫିସର, ଜଣେ ସୁପରଭାଇଜର ଓ ଜଣେ କନିଷ୍ଠ ରାଜସ୍ୱ ସହାୟକ ଅଛନ୍ତି ।

ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ ସେକ୍ସନ ଅଫିସର ଏମ୍ଡି ସୁଲତାନ, ରଣପୁର ତହସିଲ ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠୀ, ରଣପୁର ତହସିଲ ରାଜସ୍ୱ ସୁପରଭାଇଜର ପ୍ରମୋଦ କୁମାର ବେହେରା ଏବଂ ରଣପୁର ତହସିଲର ସେକ୍ସନ ଅଫିସର ଚନ୍ଦ୍ରଶେଖର ନନ୍ଦ ନିଲମ୍ବିତ ହୋଇଛନ୍ତି ।

ରଣପୁର ତହସିଲ ଅନ୍ତର୍ଗତ ମୟୂରଝଲିଆ ଗାଁ ନିକଟ ମାଙ୍କଡ଼ାପଥର ଖଣିରେ ବେଆଇନ ଖନନ ମାମଲାରେ ଏମାନଙ୍କ ସଂପୃକ୍ତି ରହିଥିଲା । ଏନଜିଟିଙ୍କ ପକ୍ଷରୁ ଏମାନଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.