fbpx

କ୍ୟାପ୍ସିକମରେ ରହିଛି ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା: ଗବେଷଣାରୁ ପ୍ରମାଣିତ

ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ ଏବେଠାରୁ କ୍ୟାପ୍ସିକମକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟଥାଳିରେ ସାମିଲ କରିବା ଆରମ୍ଭ କରି ଦିଅନ୍ତୁ । ଆପଣମାନଙ୍କୁ କ୍ୟାପ୍ସିକମ୍ ଭଲ ଲାଗୁ ଅବା ନ ଲାଗୁ ଏହାକୁ ପ୍ରତିଦିନ ଖାଇବାକୁ ଅଭ୍ୟାସ କରନ୍ତୁ । କାରଣ ଏହା ଆପଣମାନଙ୍କ ପାଇଁ ବଡ଼ ଉପାଦେୟ ସାବ୍ୟସ୍ତ ହେବ ।

ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି କ୍ୟାପ୍ସିକମରେ । ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ରହିଛି ଏହି ଗୁଣ । ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି ।

ଏହି ବୈଜ୍ଞାନିକମାନେ କହିଛନ୍ତି ଯେ କ୍ୟାସ୍ପିକମରେ ଦୁଇ ପ୍ରକାର ଏନଜାଇମ ଅଛି ଯାହା ଶରୀର ମେଦକୁ ହ୍ରାସ କରିପାରିବାର କ୍ଷମତା ରଖୁଛି । ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ । ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ । ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ ।

ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବା ସାମର୍ଥ ରଖୁଛି । ତେଣୁ ଏହା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ ହେବ ବୋଲି ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.