fbpx

୬ ଘଣ୍ଟା ନୁହେଁ ୬ ମିନିଟରେ ପହଞ୍ଚିବ ବୈଷ୍ଣୋ ଦେବୀ ମନ୍ଦିରରେ, ଜମ୍ମୁ-କଶ୍ମରୀରେ ରୋପ୍ ୱେ ପ୍ରସ୍ତୁତ ଆରମ୍ଭ

ନୂଆଦିଲ୍ଲୀ : ଶ୍ରଦ୍ଧାଳୁମାନଙ୍କ ପାଇଁ ଭଲ ଖବର । ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ଦ୍ୱାର । ଏଥିିପାଇଁ ପ୍ରସ୍ତୁତ ପ୍ରଣାଳୀ ଆରମ୍ଭ ହୋଇସାରିଛି । କୁହାଯାଉଛି ଯେ ଜମ୍ମୁ ଓ କଶ୍ମୀରରୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ରୋପ ୱେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ତ୍ରିକୁଟା ପର୍ବତରେ ଥିବା ମାତାଙ୍କ ମନ୍ଦରରେ ପହଞ୍ଚିବା ପାଇଁ ୬ ଘଣ୍ଟା ନୁହେଁ ୬ ମିନିଟ୍ ଲାଗିବ । ଏହି ଯୋଜନା ୩ ବର୍ଷ ମଧ୍ୟରେ ପୁରା ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ତ୍ରିକୁଟା ପର୍ବତରୁ ମାତା ବୈଷ୍ଣୋଦେବୀ ମନ୍ଦିରରେ ପହଞ୍ଚିବା ପାଇଁ ରୋପ ୱେ ର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କୌଣସି କାରଣରୁ ତାହା ବନ୍ଦ ହୋଇଯାଇଥିଲା । ସେଥିରେ ୧୨ କିମି ଚାଲିବାକୁ ମଧ୍ୟ ପଡୁଥିଲା । ଏହା ବ୍ୟତୀତ ଶ୍ରଦ୍ଧାଳୁ କଟାର ରୁ ସାଞ୍ଝିଛତ ପର୍ଯ୍ୟନ୍ତ ଛପର ରେ ଯାଇପାରିବେ । କିନ୍ତି ରୋପ ବ୍ୟବସ୍ଥା ହେଲା ପରେ ଶ୍ରଦ୍ଧାଳୁ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ମାତାଙ୍କ ମନ୍ଦିରରେ ପହଞ୍ଚିପାରିବେ ।

 

Get real time updates directly on you device, subscribe now.