fbpx

୬ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି,

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ୧୯୯୦ ଓ ୧୯୯୧ ବ୍ୟାଚ୍‌ର ୬ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ଗୁଡ୍ଡେ ଶ୍ରୀନୀବାସ ଓ ଆରତୀ ଆହୁଜାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି କରାଯିବା ସହ ଆପେକ୍ସ ସ୍ତରକୁ ପଦୋନ୍ନତି ଦିଆଯାଇଛି ।

ସେହିରି ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ ଓ ବିଜୟ ଅରୋରାଙ୍କୁ ମଧ୍ୟ ଅନୁରୂ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିବା ସହ ପୂର୍ବରୁ ଯେଉଁ ଦାୟିତ୍ୱରେ ରହିଛନ୍ତି ସେଠାରେ ପୁନଃଅବସ୍ଥାପିତ କରାଯାଇଛି ।

Get real time updates directly on you device, subscribe now.