fbpx
BJD
BJD SKY
BJD SKY

ଜମାତର ୬ ଆତଙ୍କୀଙ୍କୁ ମୁକ୍ତ କଲେ ଲାହୋର କୋର୍ଟ: ଟ୍ରାଏଲ କୋର୍ଟ ଦେଇଥିଲା ୯ ବର୍ଷ ସଜ୍ଜା

ନୂଆଦିଲ୍ଲୀ: ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି । ୬ ଜଣ ଜମାତ-ଉଦ-ଦୱା ଆତଙ୍କୀଙ୍କୁ ନିର୍ଦ୍ଦୋଷ ଭାବରେ ଖଲାସ କରିଛନ୍ତି ଲାହୋର ହାଇକୋର୍ଟ । ମୁମ୍ବାଇ ଆକ୍ରମଣର ମୁଖ୍ୟ କାର୍ପଟଦାର ହଫିଜ ସଇଦର ସଙ୍ଗଠନକୁ ପୁଣି ଥରେ ଢାଲ ହୋଇ ସୁରକ୍ଷା ପ୍ରଦାନ କରିଛି ପାକିସ୍ତାନ । ଲସ୍କର ଏ ତୋଏବାର ଫ୍ରଣ୍ଟ ଭାବରେ କାମ କରୁଥିବା ଏହି ସଙ୍ଗଠନର ୬ଜଣ ଆତଙ୍କୀଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ଡନରେ ପ୍ରକାଶିତ ଖବର ଅନୁଯାୟୀ ପ୍ରଫେସର ମଲିକ ଜାଫର ଇକବାଲ, ୟାହ୍ୟା ମୁଜାହିଦ, ନସ୍ରୁଲ୍ଲା, ସମିଉଲ୍ଲାଙ୍କୁ ଉମର ବାହାଦୂର, ହଫିଜ ଅବଦୁଲ ରେହମାନ ମକ୍କି ନାମକ ଆତଙ୍କୀଙ୍କୁ ୯ ବର୍ଷର କାରାଦଣ୍ଡ ଶୁଣାଇଥିଲେ କୋର୍ଟ । ତେବେ ମାମଲାର ପୁନର୍ବାର ଶୁଣାଣି କରୁଥିବା ଲାହୋର ହାଇକୋର୍ଟ ଏହି ଆତଙ୍କୀ ମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଶୁଣାଣି ସମୟରେ କୋର୍ଟ ଏହି ଆତଙ୍କୀଙ୍କୁ ନିର୍ଦ୍ଦୋଷ ବୋଲି ଅଭିହିତ କରିବା ସହିତ ଲସ୍କରର ସହଯୋଗୀ ସଂସ୍ଥା ହୋଇଥିବାରୁ ଜମାତକୁ ଦାୟୀ କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.