fbpx

ଭାରତୀୟ ବୋଟ୍ ସହିତ ୬ ମତ୍ସ୍ୟଜୀବୀଙ୍କୁ ଅପହରଣ କଲା ପାକିସ୍ତାନ, ଗୁଳିମାଡ଼ରେ ଜଣେ ମୃତ

ଗାନ୍ଧୀନଗର: ସୀମା ପରେ ଏଣିକି ସମୁଦ୍ର ଉପପୂଳବର୍ତ୍ତୀ ଅଞ୍ଚଳରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି ପାକିସ୍ତାନ । ଆଜି ଗୋଟିଏ ଭାରତୀୟ ବୋଟ୍ ସହିତ ୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରିଛି ପାକିସ୍ତାନ ମରିନ । ମତ୍ସ୍ୟଜୀବୀଙ୍କ ସୂଚନା ମୁତାବକ, ସେହି ସମୟରେ ପାକିସ୍ତାନ ପକ୍ଷରୁ ଆଖିବୁଜା ଗୁଳିମାଡ଼ କରାଯାଇଥିଲା । ଗୁଳିମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହି ଘଟଣା ଆଇଏମବିଏଲ ନିକଟ ଘାଟିରେ ଘଟିଛି ।

ତେବେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିବା କୁହାଯାଉଛି । ରିପୋର୍ଟ ମୁତାବକ, ଗୁରୁତର ଆହତମାନଙ୍କୁ ଦ୍ୱାରକା ସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ପ୍ରଥମ ନୁହେଁ, ଏହା ପୁର୍ବରୁ ବି ସୀମା ଓ ସମୁଦ୍ର ତଟରେ ପାକିସ୍ତାନ ଏପରି କାର୍ଯ୍ୟ କରିଆସୁଛି । ଗତବର୍ଷ ମଧ୍ୟ ଅପ୍ରେଲ ମାସରେ ଗୁଜରାଟର ସମୁଦ୍ର ଅଞ୍ଚଳରେ ପାକିସ୍ତାନୀ ମରୀନ ବୋଟ୍ ଉପରେ ଗୁଳିମାଡ଼ ହୋଇଥିଲା । ସେହି ସମୟରେ ବୋଟରେ ୮ ଜଣ ଲୋକ ଥିଲେ ଓ ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ ।

Get real time updates directly on you device, subscribe now.