fbpx

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ନକ୍ସଲ: ମିଳିତ ଅପରେସନରେ ୬ ଜଣ ଦୁର୍ଦ୍ଦାନ୍ତଙ୍କୁ ମୃତ୍ୟୁଦଣ୍ଡ

Advertisement

ଛତିଶଗଡ଼: ଛତିଶଗଡ଼ ସୀମାରେ ଲଗାତାର ନକ୍ସଲ ଗତିବିଧି ଦେଖିବାକୁ ମିଳୁଛି । ଆଜି ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଦେଶର ବିଭିନ୍ନ ସୁରକ୍ଷାବାହିନୀଙ୍କ ସ୍ପେଶାଲ ଟିମ ମିଳିତ ଅପରେସନ କରି ନକ୍ସଲ ବିରୋଧରେ ଆକ୍ରମଣ କରିଥିଲେ । ଫଳରେ ନକ୍ସଲ ସଂଗଠନର ୬ ଜଣ ସଦସ୍ୟ ସୁରକ୍ଷାକର୍ମୀଙ୍କ ଶିକାର ପାଲଟିଛନ୍ତି । ଡିଆରଜି, ସିଆରପିଏଫ ୨୨୯ ଏବଂ କୋବ୍ରା ବାହିନୀର ମିଳିତ ଅପରେସନରେ ଏହି ନକ୍ସଲଙ୍କୁ ମୁହଁତୋଡ଼ ଜବାବ ଦେଇଛି ସୁରକ୍ଷାବାହିନୀ । ଏହି ଏନକାଉଣ୍ଟରରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.