fbpx

ମୁନୱର ଫାରୁକିଙ୍କୁ ଅଧା ରାତିରେ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ମାମଲା

ମୁମ୍ବାଇ: ‘ବିଗ୍ ବସ୍‌’ ଏବଂ ‘ଲକ୍‌ଅପ୍‌’ ଭଳି ପ୍ରସିଦ୍ଧ ରିଅଲିଟି ଶୋ’ର ବିଜେତା ତଥା ଲୋକପ୍ରିୟ ହାସ୍ୟ ଅଭିନେତା ମୁନୱର ଫାରୁକିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ତେବେ ତାଙ୍କ ସହ ଆଉ ୧୪ ଜଣ ସାମିଲ ଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ମୁମ୍ବାଇ ଫୋର୍ଟ ଅଞ୍ଚଳ ସ୍ଥିତ ‘ସବାଲନ ହୁକ୍କା ବାର୍‌’ରେ ହୁକ୍କା ପରିବର୍ତ୍ତେ ତମାଖୁର ବ୍ୟବହାର ହେଉଥିବା ନେଇ ଖବର ମିଳିବା ପରେ ମୁମ୍ବାଇ ପୋଲିସର ସ୍ପେଶାଲ ସର୍ଭିସ ବ୍ରାଞ୍ଚ୍ ସେଠାରେ ଚଢ଼ାଉ କରିଥିଲା । ସେଠାରେ ମିଳିଥିବା ଅନ୍ୟାନ୍ୟ ଜିନିଷର ଯାଞ୍ଚ ପରେ ପୋଲିସ ମୁନୱରଙ୍କ ସମେତ ୧୪ ଜଣଙ୍କୁ ଅଟକ ରଖିଥିଲା । ଯଦି ରିପୋର୍ଟରୁ ପ୍ରକାଶ ପାଇବ ଯେ ମୁନୱର ଏବଂ ଅନ୍ୟ ଅଭିଯୁକ୍ତ ତମାଖୁ ହୁକ୍କାର ବ୍ୟବହାର କରୁଥିଲେ ତେବେ ସେମାନଙ୍କ ବିରୋଧରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ନିଷେଧ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ । ତେବେ ଏହା ଏକ ଜାମିନ ଯୋଗ୍ୟ ଅପରାଧ ହୋଇଥିବାରୁ ପୋଲିସ ପଚରାଉଚରା ପରେ ମୁନୱରଙ୍କୁ ନୋଟିସ୍ ଦେବା ପରେ ମୁକ୍ତ କରିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ ଜାରି ରଖିଛି ।

Get real time updates directly on you device, subscribe now.