fbpx

(Video) ଟିମ ଇଣ୍ଡିଆକୁ ମିଳିଲେ ‘Second Dhoni’! ମା’ଙ୍କୁ ଦେଇଥିବା କଥା ରଖିଲେ ସମୀର, ବର୍ଷିଲା ଛକା

ନୂଆଦିଲ୍ଲୀ: ଆଇପିଏଲର ସପ୍ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ-ବୋଲିଂ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରି ଗୁଜୁରାଟକୁ ପରାସ୍ତ କରିଛି ଚେନ୍ନାଇ । ଶିବମ ଦୁବେ, ଋତୁରାଜ ଗାଏକ୍ୱାଡଙ୍କ ରଚିନ ରବିନ୍ଦ୍ରଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲିଂ ଡିପାର୍ଟମେଣ୍ଟ ମଧ୍ୟ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । କିନ୍ତୁ ଚେନ୍ନାଇର ଏହି ଇନିଂସରେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ନୂଆ ଖେଳାଳି ସମୀର ରିଜଭୀ । ରାଶିଦ ଖାନଙ୍କ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା ସମୀର ରିଜଭୀ ଆଇପିଏଲ କ୍ୟାରିୟରର ପ୍ରଥମ ବଲରେ ହିଁ ଛକା ମାରି ଏଣ୍ଟ୍ରି କରିଛନ୍ତି ।

ଗୁଜୁରାଟ ବିପକ୍ଷ ମ୍ୟାଚରେ ପ୍ରଥମ ଥର ଚନ୍ନାଇ ପାଇଁ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲେ ସମୀର । ଏହି ଇନିଂସର ପ୍ରଥମ ବଲରେ ହିଁ ସମୀର ଛକା ମାରି ଆଇପିଏଲ ଡେବ୍ୟୁ କରିଛନ୍ତି । କିନ୍ତୁ ଏହି ଛକା ସହ ସମୀର ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସମୀରଙ୍କ ଇନିଂସ ପରେ ତାଙ୍କ ମା’ ରୁଖସାନା ଅଖତର କହିଛନ୍ତି ଯେ, ସମୀର ତାଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ଯେବେ ବି ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ମିଳିବ- ସେ ପ୍ରଥମ ବଲରେ ହିଁ ଛକା ମାରିବେ । ଆଇପିଏଲର ଡେବ୍ୟୁ ମ୍ୟାଚରେ ମା’ଙ୍କୁ ଦେଇଥିବା କଥା ରଖିଛନ୍ତି ସମୀର ରିଜଭୀ । ଗୁଜୁରାଟ ବିପକ୍ଷରେ ବ୍ୟାଟିଂ କରିବାକୁ ଆସି ଷ୍ଟାର ବୋଲର ରାଶିଦ ଖାନଙ୍କ ପ୍ରଥମ ବଲରେ ହିଁ ଛକା ମାରି ସେ ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ଷ୍ଟାର ବ୍ୟାଟର ଶିବମ ଦୁବେ ଆଉଟ ହୋଇ ପାଭିଲିୟନ ଫେରିବା ପରେ ମଇଦାନକୁ ଆସିଥିଲେ ସମୀର ରିଜଭୀ । ପ୍ରଥମ ବଲରେ ରାଶିଦ ଖାନଙ୍କ ଏକ ବଲକୁ ଛକା ମାରି ଆଇପିଏଲରେ ଡେବ୍ୟୁ କରିଛନ୍ତି ସମୀର । ଏହି ଛକା ପରେ ସମୀରଙ୍କ ପରିବାର ଏବଂ ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସମୀରଙ୍କ ଏହି ଛକାକୁ ଗ୍ରାମବାସୀ ଖୁବ ସେଲିବ୍ରେସନ ମଧ୍ୟ କରିଛନ୍ତି । ଚେନ୍ନାଇର ଏହି ଇନିଂସରେ ମାତ୍ର ୪ଟି ବଲରୁ ୧୪ ରନ୍ କରିଛନ୍ତି ସମୀର ରିଜଭୀ । ଏହି ଚୋଟ ଇନିଂସରେ ସେ ରାଶିଦ ଖାନଙ୍କ ଓଭରରେ ୨ଟି ଛକା ହାସଲ କରିଛନ୍ତି ସମୀର । ତେବେ ଏହି ଛୋଟ ଇନଂସରେ ଦଳର ପୂର୍ବତନ ଅଧିନାୟକ ଧୋନୀ ଖୁବ ଖୁସି ଥିବା ଦେଖିବାକୁ ମିଳିଛି । ତେଣୁ ଆଗକୁ ତାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.