fbpx

ଭାରତ ଏବଂ ମୋଦୀଙ୍କୁ ସମର୍ଥନ ପଡ଼ିଲା ମହଙ୍ଗା , ‘hate campaign’ର ଶିକାର ହେଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ(LSE)ରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଛାତ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୋଧରେ ‘hate campaign’ ଜାରି କରାଯାଇଛି । LSE ଛାତ୍ର ସଂଘର ସାଧାରଣ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ଏକ ନିର୍ବାଚନର ୨୪ ଘଣ୍ଟା ପୂର୍ବରୁ ତାଙ୍କ ବିରୋଧରେ ‘smear and hate campaign’ ଜାରି କରାଯାଇଥିବା ସେ ଦାବି କରିଛନ୍ତି ।

ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅଧ୍ୟୟନ କରୁଥିବା ଏହି ଛାତ୍ର ଜଣଙ୍କ ହେଉଛନ୍ତି ସତ୍ୟମ ସୁରନା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତ, ବିଜେପି ଏବଂ ରାମ ମନ୍ଦିରକୁ ସମର୍ଥନ କରୁଥିବାରୁ ନିର୍ଯ୍ୟାତନାର ଶିକାର ହୋଇଛି । ଗତ ସପ୍ତାହ ମୋ ପାଇଁ ବେଶ କଠିନ ଥିଲା । କଠୋର ପ୍ରଚାର ପରେ ମୋ ଦଳ ଏବଂ LSEରେ ଥିବା ବିଭିନ୍ନ ଆନ୍ତର୍ଜାତୀୟ ଛାତ୍ର ସମ୍ପ୍ରଦାୟର ସହଯୋଗ ମିଳିଥିଲା । ଏହା ମୋ ପାଇଁ ଉତ୍ସାହର ବିଷୟ ଥିଲା । ସେ ଆହୁରୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଏହି ସଫଳତା ଭାରତ ବିରୋଧୀ ଏବଂ ମୋଦୀ ବିରୋଧୀ ନୀତିକୁ ଉସକାଇଥିଲା । ଏହା ସହ ତାଙ୍କ ପୋଷ୍ଟରଗୁଡ଼ିକୁ ଚିରି ଦିଆଯିବା ସହ ବାତିଲ କରାଯାଇଥିଲା । ତାଙ୍କୁ ବଦନାମ କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଥିଲା ।

ବମ୍ବେ ହାଇକୋର୍ଟରେ ପ୍ରାକଟିସ୍ କରିଥିବା ସୁରନା ଆହୁରୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଏହି ସଫଳତା ଭାରତ ବିରୋଧୀ ଏବଂ ମୋଦୀ ବିରୋଧୀ ନୀତିକୁ ଉସକାଇଥିଲା । ଏହା ସହ ତାଙ୍କ ପୋଷ୍ଟରଗୁଡ଼ିକୁ ଚିରିବା ସହ କୁରୂପ, ବଦନାମ ଏବଂ ବାତିଲ କରାଗଲା । ମତଦାନର ୨୪ ଘଣ୍ଟା ପୂର୍ବରୁ ମୋତେ Islamophobe, racist, terrorist, fascist ଇତ୍ୟାଦି ଆଖ୍ୟା ଦିଆଯାଇଥିଲା । ଟୁଲକିଟ୍ ମୋତେ ଜଣେ ବିଜେପି ସଦସ୍ୟ ଭାବେ ଯୋଡ଼ିଛି ଏବଂ ଭାରତର ସାର୍ବଭୌମତ୍ୱକୁ ଅପମାନିତ କରିବାକୁ ଚ୍ୟାଲେଞ୍ଜ କରିଛି ବୋଲି ଲେଖିଛନ୍ତି ସୁରନା ।

Get real time updates directly on you device, subscribe now.