fbpx

ନିଃବସ୍ତ୍ର କରି ମହିଳାଙ୍କୁ ଗାଁରେ ବୁଲାଇଲେ ଅନ୍ୟ ୪ ମହିଳା, ସାମ୍ନାକୁ ଆସିଲା ଲଜ୍ଜିତ କରିଦେବା ଭଳି ଭୟଙ୍କର ଘଟଣା

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରୁ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମହିଳାମାନେ ମିଳିମିଶି ଅନ୍ୟଜଣେ ମହିଳାଙ୍କ ଉପରେ ଏପରି ଅତ୍ୟାଚାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । ଜିଲ୍ଲାର ବଛୌଡା ଗ୍ରାମର ୪ ଜଣ ମହିଳା ଅନ୍ୟ ଜଣେ ମହିଳାଙ୍କୁ କେବଳ ପିଟି ନାହାନ୍ତି ବରଂ ନିଃବସ୍ତ୍ର କରି ଗାଁରେ ବୁଲାଇଛନ୍ତି । ସବୁଠାରୁ ବଡ ଦୁଃଖର କଥା ହେଉଛି ଘଟଣା ସମୟରେ ଉପସ୍ଥିତ ଥିବା ଲୋକମାନେ ମହିଳାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କ ଭିଡିଓ କରିଥିଲେ । ପୋଲିସ ମହିଳାଙ୍କ ପୋଷାକ ଫାଡିବା ଅପରାଧରେ ୪ ଜଣ ଅଭିଯୁକ୍ତଙ୍କ ଉପରେ ଆଇପିସି ଧାରା ୩୫୪ଏ, ୪୫୨, ୩୨୩, ୨୯୪ ଓ ୩୪ ଅନୁଯାୟୀ ମାମଲା ରୁଜୁ କରିଛି ଓ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଛି । ଏହି ଘଟଣା ପରେ ପୁରା ଅଞ୍ଚଳରେ ଅଶାନ୍ତି ବ୍ୟାପି ଯାଇଛି । ଲୋକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଗଭୀର ଆକ୍ରୋଶ ବସା ବାନ୍ଧିବାରେ ଲାଗିଛି ।

ଗ୍ରାମର ଲକ୍ଷ୍ମୀ ନାମ୍ନୀ ଜଣେ ମହିଳା ଅନ୍ୟ ୩ ମହିଳାଙ୍କ ସହ ପୀଡିତାଙ୍କ ଘରେ ପହଞ୍ଚି ତାଙ୍କୁ କୌଣସି ଏକ କାରଣ ଲାଗି ଧମକ ଦେଇଥିଲେ । ଏହାକୁ ନେଇ ୨ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହି ବିବାଦ ଏତେ ବଢିଯାଇଥିଲା ଯେ, ପରେ ୪ ଜଣ ମହିଳା ମିଶି ପୀଡିତାଙ୍କୁ ମାରିବା ଆରମ୍ଭ କରିଥିଲେ । ଏତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନ ଥିଲା ଯେ, ସେମାନେ ତାଙ୍କୁ ଘରୁ ଟାଣି ଟାଣି ଆଣି ନିଃବସ୍ତ୍ର କରି ଗାଁରେ ବୁଲାଇଥିଲେ ।

Get real time updates directly on you device, subscribe now.