fbpx

ଗୋଆରେ ନିଖୋଜ ହୋଇଯାଇଥିଲେ ନେପାଳ ମେୟରଙ୍କ କନ୍ୟା, ଏବେ ପୋଲିସ କଲା ସନ୍ଧାନ

ପାନାଜୀ: ନେପାଳରୁ ଗୋଆ ବୁଲିବାକୁ ଆସିଥିବା ଜଣେ ଯୁବତୀ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହି ଯୁବତୀଙ୍କ ନାମ ଆରତୀ ହମାଲ ଯିଏ କି ନେପାଳ ଧନଗଢିର ମେୟର ଗୋପାଲ ହମାଲଙ୍କ କନ୍ୟା । ଗତ କିଛି ମାସ ଧରି ସେ ଓଶୋ ଆଶ୍ରମରେ ରହି ଆସୁଥିଲେ । ପୋଲିସ ଏହି ମାମଲାରେ ଅଭିଯୋଗ ଦାଖଲ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲା ଓ ୨ ଦିନ ପରେ ଯୁବତୀଙ୍କୁ ଖୋଜି ବାହାର କରିଥିଲା । ତେବେ ଯୁବତୀଙ୍କ ନିଖୋଜ ବିଷୟରେ ପୋଲିସ ବିଶେଷ କିଛି ସୂଚନା ଦେଇନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ କି ଆରତୀ ଗତ କିଛି ମାସ ଧରି ଗୋଆରେ ହିଁ ରହୁଥିଲା । ତାଙ୍କୁ ମାର୍ଚ୍ଚ ୨୫ ତାରିଖରେ ଶେଷ ଥର ପାଇଁ ଆଶ୍ରମ ପାଖାପାଖି ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କର ଆଉ କୌଣସି ସୂଚନା ମିଳି ନ ଥିଲା । ନେପାଳର ସମ୍ବାଦପତ୍ର ଦି ହିମାଳୟାନ ଟାଇମ୍ସ ଅନୁସାରେ ସେ ଗତ କିଛି ମାସ ଧରି ଓଶୋ ମେଡିଟେସନ ସେଣ୍ଟର ସହ ଜଡିତ ହୋଇଥିଲେ ।

ଧନଗଢି ମେୟର ଗୋପାଳ ହମାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଗୋଆର ଅଧିବାସୀଙ୍କୁ ତାଙ୍କ କନ୍ୟାଙ୍କ ବିଷୟରେ ସନ୍ଧାନ ଦେବାକୁ ନିବେଦନ କରିଥିଲେ । ଗୋପାଳ କହିଥିଲେ ଆରତୀଙ୍କ ବାନ୍ଧବୀ ତାଙ୍କ ନିଖୋଜ ହେବାର ଖବର ପରିବାରକୁ ଦେଇଥିଲେ ।

Get real time updates directly on you device, subscribe now.