fbpx

କେନ୍ଦ୍ରାପଡା : ୬ ଜଣ ନର୍ସ, ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା

କେନ୍ଦ୍ରାପଡା,୩୧ ।୫(ଓଡିଶା ଭାସ୍କର): କରୋନା ଯୋଦ୍ଧାଙ୍କୁ ବି ଛାଡୁନି ମହାମାରୀ । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୨୯ ଙ୍କ ମଧ୍ୟରୁ କେନ୍ଦ୍ରାପଡାରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ କରୋନା ଯୋଦ୍ଧା, ଯେଉଁଥିରେ ନର୍ସ, ଆଶାଦିଦି ଓ ଅଙ୍ଗନବାଡି କର୍ମୀ ସାମିଲ ଅଛନ୍ତି । ୬ ଜଣ ଆକ୍ରାନ୍ତ ୨ଟି କ୍ୱାରେଣ୍ଟାଇନ ସେଣ୍ଟରରେ କାମ କରୁଥିଲେ । ଏହା ସହ ଜିଲ୍ଲାର ଅନ୍ୟ ୧୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଆଉ ୧୨୯ ଚିହ୍ନଟ ହେବ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି ।୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୧୯ , ୧୦ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୦ , ଯାଜପୁରରୁ ୧୦, ବାଲେଶ୍ୱରରୁ ୬ , ଖୋର୍ଦ୍ଧାରୁ ୭ , କଟକରୁ ୫, ପୁରୀରୁ ୪ , କେନ୍ଦ୍ରାପଡ଼ାରୁ ୧୮ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୧ , ଜଗତସିଂହପୁରରୁ ୨, ସୁନ୍ଦରଗଡ଼ରୁ ୬, ଗଜପତିରୁ ୧୬, ଦେଓଗଡ଼ରୁ ୪, ନୂଆପଡ଼ାରୁ ୧୨, କେଉଁଝରରୁ ୩, ମୟୁରଭଞ୍ଜରୁ ୬, ମାଲକାନଗିରିରୁ ୧,ଢେଙ୍କାନାଳରୁ ୧, ସମ୍ବଲପୁରରୁ ୧, ବରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.