fbpx

ତଡା ଖାଇଲେ ଆଉ ୬ ଅଧିକାରୀ: ବିଭିନ୍ନ ବିଭାଗର କର୍ମୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ପଦବୀରେ ଥାଇ ନିଜ ଦରାୟିତ୍ୱ ସଠିକ ଭାବରେ ତୁଲାଉନଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ସରକାର । ଜଣକ ପରେ ଜଣେ ସରକାରୀ କର୍ମଚାରୀଙ୍କୁ ଦେଇ ଚାଲିଛନ୍ତି ବାଧ୍ୟତାମୂଳକ ଅବସର । ପଦବୀର ଅପବ୍ୟବହାର କରୁଥିବା କର୍ମଚାରୀଙ୍କ ପାଇଁ ଚାଲିଛି ଛଟେଇ ଯୋଜନା । ଆଜି ଏହିଭଳି ୬ ଜଣ କର୍ମଚାରୀଙ୍କୁ ସରକାର ଚାକିରିରୁ ତଡିଥିବା ଜଣାଯାଇଛି ।

ମିଳିତିବା ତଥ୍ୟ ଅନୁଯାୟୀ, ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ତାଲିକାରେ ରହିଛନ୍ତି ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଏବଂ ୨ ଜଣ ବିଇଓ । ଏମାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନ ହେବାରୁ ଏମାନଙ୍କୁ ପଦବୀରୁ ଛଟେଇ କରିଛନ୍ତି ସରକାର । ସମ୍ବଲପୁରର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ବହ୍ମପୁର ଗ୍ରାମ୍ୟ ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ ନିଜ ଚାକିରି ହରାଇଛନ୍ତି । ଏମାନଙ୍କୁ ମିଶାଇ ଏବେ ପର୍ଯ୍ୟନ୍ତ ରାଜ୍ୟର ମୋଟ  ୧୬୪ ଜଣ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟନୁଷ୍ଠାନ ନେଇ ସାରିଛନ୍ତି । ସମସ୍ତଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ବ୍ୟଖ୍ୟା କରି ପଦବୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Get real time updates directly on you device, subscribe now.