fbpx

ଗୋଟିଏ ସ୍କୁଟିରେ ୬ ଜଣ ଯୁବକ ବସି ରାସ୍ତାରେ ମାରିଲେ ଷ୍ଟଣ୍ଡ, ଭିଡିଓ ଭାଇରାଲ ପରେ ଆକ୍ସନ୍ ମୋଡ୍‌ରେ ପୋଲିସ

ମୁମ୍ବାଇ: ଏ ବେ ଟ୍ରାଫିକ ନିୟମକୁ ଲୋକେ ବୋଧେ ଭୁଲିଗଲେଣି । ରାସ୍ତାରେ ଯା ଆସ କରୁଥିବା ଲୋକେ ନିୟମ ମାନୁନଥିବା ଦେଖାଯାଉଛି । ଜଣେ ୨ କି ୩ ନୁହେଁ ଗୋଟିଏ ସ୍କୁଟିରେ ବସି ରାସ୍ତାରେ ବେଧଡ଼କ ବୁଲିଲେ ୬ ଯୁବକ । କେବଳ ସେତିକି ନୁହେଁ, ଗାଡ଼ି ଚାଲୁଥିବା ଅବସ୍ଥାରେ ଜଣେ ଯୁବକ ଅନ୍ୟ ଜଣକ କାନ୍ଧରେ ବସି ଫିଲ୍ମ ଷ୍ଟାଇଲ୍‌ରେ ଷ୍ଟଣ୍ଡ ବି ଦେଖାଇଲେ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇରେ ହୋଇଥିବା ବେଳେ ପୋଲିସ୍‌ ଏବେ ଉକ୍ତ ଯୁବକମାନଙ୍କ ଖୋଜୁଛି ।

ସାଧାରଣତଃ ଗୋଟିଏ ୨ ଚକିଆ ଯାନରେ ୨ ଜଣଙ୍କୁ ବସିବାକୁ ଅନୁମତି ମିଳୁଥିବାବେଳେ ଉଭୟଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଘଂନ କରି ଧରା ପଡ଼ିଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା । ହେଲେ ମୁମ୍ବାଇ ପରି ମେଟ୍ରୋ ସିଟିରେ ଏହି ଯୁବକମାନେ ଟ୍ରାଫିକ ନିୟମକୁ ପାଦରେ ଦଳି ଚକଟି ଦେଇଥିବା ବେଳେ କିରି ଟ୍ରାଫିକ ପୋଲିସ୍‌ ଜାଣିାରିଲାନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଟ୍ୱିଟରରେ ଶେଆର କରିଥିବା ରମନଦୀପ ସିଂ ହୋରା ନାମକ ବ୍ୟକ୍ତିଜଣକ ମୁମ୍ବାଇ ପୋଲିସ୍‌କୁ ବି ଏହି ଭିଡିଓ ଟ୍ୟାଗ କରିଛନ୍ତି । ଆଗକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଉକ୍ତ ଲୋକେସନର ଡିଟେଲ ଦେବାକୁ ମୁମ୍ବାଇ ପୁଲିସ୍‌ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରିଛନ୍ତି ।

ଏହା ଅନେ୍ଧରୀ ୱେଷ୍ଟ ଅଞ୍ଚଳର ହୋଇଥିବା ରମନଦୀପ ପୁଲିସ୍‌କୁ ସୂଚନା ଦେଇଛନ୍ତି । ଏହାପରେ ମୁମ୍ବାଇ ପୁଲିସ୍‌ ସ୍ଥାନୀୟ ପୁଲିସ୍‌ ସହ ଯୋଗାଯୋଗ କରି ଉକ୍ତ ସ୍କୁଟି ଓ ସେଥିରେ ବସିଥିବା ୬ ଯୁବକଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛି । ଏହି ଭିଡିଓକୁ ୬୦ ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି । ଏହାକୁ ନେଇ ଲୋକେ ଖୁବ୍‌ କମେଣ୍ଟ କରୁଛନ୍ତି । ଏହା ଫିଲ୍ମ ସିନ୍‌ ପରି ଲାଗୁଥିବା ଜଣେ ୟୁଜର କହିଥିବା ବେଳେ ଆଉ ଜଣେ ଏହା ପେଟ୍ରୋଲର ବଢ଼ୁଥିବା ଦାମର ପ୍ରଭାବ ବୋଲି କହିଛନ୍ତି । ଅଧିକାଂଶ ଏହି ଷ୍ଟଣ୍ଟ ସିନ୍‌କୁ ଘାତକ ଓ ବେଆଇନ ବୋଲି କହିବା ସହ ଏପରି ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Get real time updates directly on you device, subscribe now.