fbpx

୨୭ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ତେଲେଙ୍ଗାନା ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସତ୍ୟବତୀ ରାଠୋର ଏକ ଅଧିକାରୀ ଦଳ ସହ ଆସନ୍ତା ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ସର୍ବୋତ୍କୃଷ୍ଟ ପଦକ୍ଷେପଗୁଡ଼ିକୁ ସେ ଅନୁଧ୍ୟାନ କରିବେ । ବିଶେଷ କରି ନାବେଟ୍‌-କ୍ୟୁସିଆଇ ସହଭାଗିତାରେ ଡିସେମ୍ବର ୨୦୧୯ରୁ କାର୍ଯ୍ୟକାରୀ କରାଯାଉଥିବା ମିଶନ ସୁବିଦ୍ୟା କାର୍ଯ୍ୟକ୍ରମକୁ ସେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ତେଲେଙ୍ଗାନାରୁ ପରିଦର୍ଶନରେ ଆସୁଥିବା ମନ୍ତ୍ରୀ ଶ୍ରୀମତୀ ରାଠୋର ଓ ଅଧିକାରୀ ଦଳ ଆଦିମ ଜନଜାତି ଅଞ୍ଚଳଗୁଡ଼ିକରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବେ ।

Get real time updates directly on you device, subscribe now.