fbpx

ଭୁବନେଶ୍ୱରରୁ ଆଜି ଆଉ ୬ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୩୦ା୬(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଆଜି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ୫ଜଣ ଓ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଏଥିସହିତ ୧୧ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଦିଲ୍ଲୀ ଫେରନ୍ତା ଜଣେ ୫୬ବର୍ଷୀୟ ପୁରୁଷ ରେଳ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିରୀପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳର ୩ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ବମିଖାଲ କେନାଲ ରୋଡ଼୍ ଅଞ୍ଚଳର ଜଣେ ୧୩ ବର୍ଷୀୟ ବାଳକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ବାଳକ ମଧ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀର ଜଣେ ୩୨ବର୍ଷୀୟ ଯୁବକ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ୩୨୦ ପଜିଟିଭରୁ ୪ଜଣଙ୍କର ମୃତ୍ୟୁ ହୋଇଛି ଓ ୧୮୫ଜଣ ସୁସ୍ଥ ହୋଇଛନ୍ତି । ଏବେ ୧୩୦ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.