fbpx

କରୋନା ମନିଟରିଂ ପାଇଁ ୬ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର : କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଅଧିକ ପ୍ରଭାବିତ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟରେ ନଜର ରଖାଯାଇଛି । ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁରତରୁ ଯିଏ ଆସୁଛନ୍ତି ତାଙ୍କୁ ମନିଟର କରିବା ପାଇଁ ନିର୍ଦ୍ଦେଶ ରହିଛି । ଗଞ୍ଜାମକୁ କେତେ ଲୋକ ଆସୁଛନ୍ତି ତାହା ଉପରେ ମଧ୍ୟ ନଜର ରହିଛି । ଯେଉଁଠି ବଢିବାର ସମ୍ଭାବନା ରହିଛି, ସେଠାରେ ବନିଟରିଂ କରାଯାଉଛି । ଏନେଇ ଜିଲ୍ଲାରେ ମନିଟରିଂ ପାଇଁ ୬ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ଦୈନିକ ପାଖାପାଖି ୨୫ ହଜାର ଟେଷ୍ଟିଂ କରାଯାଉଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.