fbpx

ଦୁଇ ସେକେଣ୍ଡର ଅସାବଧାନତା ଯୋଗୁଁ ୬ ଛାତ୍ରଙ୍କ ମୃତ୍ୟୁ: ସିସିସିଭିରେ କଏଦ ହେଲା ଭିଡିଓ

ଇନ୍ଦୋର, ୨୪ା୨: ମଧ୍ୟପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୬ ଜଣ ଛାତ୍ରଙ୍କର ଜୀବନହାନୀ ହୋଇଛି । କେବଳ ଦୁଇ ସେକେଣ୍ଡର ଅସାବଧାନତ। ୬ ଜଣଙ୍କ ଜୀବନର ଦୀପ ସବୁଦିନ ପାଇଁ ଲିଭାଇ ଦେଇଛି । ମୃତ୍ୟୁ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସୂଚନା ଅନୁଯାୟୀ, ଇନ୍ଦୋରର ଲାସୁଡିଆ ଥାନା ଅଞ୍ଚଳରେ ଏକ କାର ଦ୍ରୁତଗତିରେ ଏକ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୨ ଜଣଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା । ମୃତକ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ଇନ୍ଦୋରର ବାସିନ୍ଦା ଅଟନ୍ତି ।

Get real time updates directly on you device, subscribe now.