Breaking: ଏଣିକି  ୬ ବର୍ଷର ପିଲା ପ୍ରଥମ ଶ୍ରେଣୀରେ ଲେଖାଇବେ ନାମ, ଶିକ୍ଷା ବିଭାଗର ସୂଚନା 

ଭୁବନେଶ୍ୱର:  ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ  ଦ୍ୱନ୍ଦ୍ୱ  ଦୂର କଲା ଶିକ୍ଷା ବିଭାଗ ।

ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ  ୬ କିମ୍ବା ତଦୁର୍ଦ୍ଧ ହେବା ଜରୁରୀ । ୨୦୨୫-୨୬ ଶିକ୍ଷା ବର୍ଷରୁ  ନିୟମ କାର୍ଯ୍ୟକାରୀ  ନେଇ ନିର୍ଦ୍ଦେଶ ଦେଲା ବିଭାଗ ।

ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ନିୟମ ଲାଗୁ ନିଷ୍ପତ୍ତି । ୬ ବର୍ଷ  ବୟସ ଗଣାନା ନେଇ ମଧ୍ୟ  ବିଭାଗ ପକ୍ଷରୁ  ସ୍ପଷ୍ଟୀକରଣ ।

ମାର୍ଚ୍ଚ ୩୧ ପରିବର୍ତ୍ତେ  ସେପ୍ଟେମ୍ବର ୧ ତାରିଖକୁ ବୟସ ସୀମା ଧରାଯିବ ।

୬ ବର୍ଷରୁ କମ୍ ହେଲେ  ନାମଲେଖା ହୋଇପାରିବ ନାହିଁ ।  ଶିକ୍ଷାବିତ୍ଙ୍କ ସହ ଆଲୋଚନା ପରେ  ବୟସ ଧାର୍ଯ୍ୟ  କରାଯାଇଥିବା ଶିକ୍ଷା ବିଭାଗ ପକ୍ଷରୁ ଏକ୍ସ ଯୋଗ ଦିଆଗଲା ସୂଚନା ।