ନୂଆଦିଲ୍ଲୀ: ଖୁବଶୀଘ୍ର ଲକ୍ ହୋଇପାରେ ପ୍ରାୟ ଦେଶର ୬୦ ପ୍ରତିଶତ ଆଧାର କାର୍ଡ । ଏହାପରେ କୌଣସି କାର୍ଯ୍ୟ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏହି ଖବରକୁ ଅଣଦେଖା କରିବା ଆପଣଙ୍କ ପାଇଁ ଖୁବ ମହଙ୍ଗା ହୋଇପାରେ । କାରଣ ବର୍ତ୍ତମାନ ପିଲାଙ୍କ ଆଡମିଶନରୁ ଆରମ୍ଭ କରି ଡ୍ରାଇଭିଙ୍ଗ ଲାେଇସେନ୍ସ ଇତ୍ୟାଦି ସବୁ କ୍ଷେତ୍ରରେ ଆଧାର କାର୍ଡ ଜରୁରୀ ପରିଚୟ ପତ୍ର ପାଲଟିଛି । ତେଣୁ ସମୟ ପୂର୍ବରୁ ସଚେତନ ହେବା ସହିତ ଆଧାର ସମ୍ବନ୍ଧୀୟ ଔପଚାରିକତା ପୂରଣ କରି ନିଅନ୍ତୁ ।
UIDAI ଅନୁସାରେ, ଯେଉଁ ବ୍ୟକ୍ତିମାନଙ୍କର ଆଧାର କାର୍ଡ ପୁରୁଣା ହୋଇଥିବା ଏବଂ କେବେ ଏହାକୁ ସଂଶୋଧନ ହୋଇ ନଥିବ ସେମାନେ ସାବଧାନ ହୋଇଯାଆନ୍ତୁ । ଯେଉଁମାନେ ଥରେ ହେଲେ ବି ଆଧାର ସେବା କେନ୍ଦ୍ରରେ ଆଧାର ସଂଶୋଧନ କରି ନାହାନ୍ତି, ସେମାନେ ନିଜର କେୱାଇସି କରାଇ ନେବାକୁ କୁହାଯାଇଛି । କାରଣ ଆଧାର କାର୍ଡ ତିଆରି ହେବା ପରେ ଅନେକ ଲୋକ ନିଜର ଭୁଲ ଠିକଣା, ନାମ, ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ତଥ୍ୟ ସଂଶୋଧନ କରାଇ ନାହାନ୍ତି । ତେବେ ଏହି ୟୁଜରମାନଙ୍କର କେୱାଇସି ନ ହେଲେ ସେହି ଆଧାର କାର୍ଡଗୁଡ଼ିକୁ ଲକ୍ କରି ଦିଆଯିବ ବୋଲି ଜାଣିବାକୁ ମିଳିଛି ।
ଆଧାର କେନ୍ଦ୍ର ଅନୁସାରେ, ଦେଶର ପ୍ରାୟ ୬୦ ପ୍ରତିଶତ ଆଧାର କାର୍ଡର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କେୱାଇସି କରାଯାଇ ନାହିଁ । ତେବେ ଏଥିରୁ ଅଧିକାଂଶ କାର୍ଡ ଗ୍ରାମାଞ୍ଚଳରେ ରହିଥିବା ରେକର୍ଡ ହୋଇଛି । ଯଦି ଏମାନେ ଉଚିତ୍ ସମୟ ପୂର୍ବରୁ କେୱାଇସି ନ କରନ୍ତି, ତେବେ ସେମାନଙ୍କ ଆଧାର ଲକ୍ କରି ଦିଆଯିବ । ସହରାଞ୍ଚଳରେ ରହୁଥିବା ଅଧିକାଂଶ ଲୋକ ଟ୍ରାନ୍ସଫର ହେବା କିମ୍ବା ଅନ୍ୟ କୌଣସି କାରଣରୁ ଅନ୍ୟୁନ ଥରେ ନିଜ ଆଧାର ସଂଶୋଧନ କରିଛନ୍ତି । ତେବେ ୮-୧୦ ବର୍ଷ ପୁରୁଣା ଆଧାର କାର୍ଡ ପାଇଁ କେୱାଇସି ଆବଶ୍ୟକତା ରହିଛି । ଏହି ସମୟରେ ଯଦି କୌଣସି ବ୍ୟକ୍ତି ବିଦେଶ ଯାତ୍ରା କରନ୍ତି, ତେବେ ସେଠାରୁ ଫେରିବା ପରେ ତାଙ୍କୁ କେୱାଇସି କରିବା ପରେ ହିଁ ଏହାକୁ ବ୍ୟବହାର କରି ପାରିବେ । ନଚେତ୍ ଆପଣଙ୍କ ଆଧାର କାର୍ଡ ବି ଲକ୍ ହୋଇ ଯାଇପାରେ ।