ମହାକୁମ୍ଭରେ ରେଲଓ୍ବେର ରେକର୍ଡ, ଓଡ଼ିଶାରୁ ଗଡିଛି 60ଟି ସ୍ବତନ୍ତ୍ର ଟ୍ରେନ

42 ଦିନରେ ଗଡିଲା 15 ହଜାର ମହାକୁମ୍ଭ ଟ୍ରେନ । ଓଡ଼ିଶା ବି କରିଛି ରେକର୍ଡ ।

ଭୁବନେଶ୍ବର: ଫେବୃଆରୀ 26 ତାରିଖରେ ସରିଲା ମହାକୁମ୍ଭ । ତେବେ ୪୫ ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ୬୫ କୋଟିରୁ ଅଧିକ ଭକ୍ତ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବୁଡ ପକାଇଛନ୍ତି ।

ତେବେ ଏଥିରେ ରେଲଓ୍ବେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସ୍ବତନ୍ତ୍ର ଟ୍ରେନ ଦ୍ବାରା କୋଟିକୋଟି ଲୋକଙ୍କର ଯାତ୍ରା ସଫଳ ହୋଇଛି ।

ମାତ୍ର 42 ଦିନରେ 15 ହଜାରରୁ ଅଧିକ ଟ୍ରେନ ଚଳାଚଳ କରାଇ ରେଲଓ୍ବେରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମହାକୁମ୍ଭ ପାଇଁ 13 ହଜାର 500 ଟ୍ରେନ ପରିଚାଳନା କରିବା ଭାରତୀୟ ରେଲଓ୍ବେର ପ୍ରମୁଖ ଲକ୍ଷ୍ୟ ରହିଥିଲା । ତେଣୁ 15 ହଜାର ଟ୍ରେନ ଚଳାଇ ରେକର୍ଡ ସୃଷ୍ଟି କରିଛି ।

ତେବେ ପୂର୍ବତଟ ରେଲଓ୍ବେ ମଧ୍ୟ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପୂର୍ବତଟ ରେଲଓ୍ବେ ପକ୍ଷରୁ 25ଟି ସହରରୁ 60ଟି ସ୍ବତନ୍ତ୍ର ମହାକୁମ୍ଭ ଟ୍ରେନ ଚଳାଚଳ କରିଥିଲା । ପୁରୀ, ଭୁବନେଶ୍ବର, ବ୍ରହ୍ମପୁର, କଟକ, ଖୋର୍ଦ୍ଧା, ଯାଜପୁର, ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁରରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିଥିଲା ।

ତେବେ ଏହି ବ୍ୟବସ୍ଥାରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତଦାରଖ କରୁଥିଲେ । ତେବେ ରେଲଓ୍ବେର ରେକର୍ଡକୁ ନେଇ ସବୁଆଡେ ଚର୍ଚ୍ଚା ।