fbpx

ଭୟାନକ ସତ୍ୟ: ମାଟିତଳୁ ମିଳିଲା ୬ ହଜାର ଲୋକଙ୍କ କଙ୍କାଳ, ହଜାରେ ଗୁଳି

ମାଟି ଖୋଳୁ ଖୋଳୁ ୬ ହଜାରରୁ ଅଧିକ ଲୋକଙ୍କ କଙ୍କାଳ ଜବତ ହୋଇଛି । ଏହି ଘଟଣା ପୂର୍ବ ଆଫ୍ରିକା ଦେଶର ବୁରୁଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି । ସରକାରଙ୍କ ଦ୍ୱାରା ସମଗ୍ର ଦେଶରେ ଖୋଳା ଅଭିଯାନ ଆରମ୍ଭ ହେବ ପରେ ଏହି କଙ୍କାଳ ମିଳିଥିଲା । ବୁରୁଣ୍ଡିର କରୁସୀ ପ୍ରବିନ୍ସରେ ୬୦୩୩ ଲୋକଙ୍କ କଙ୍କାଳ ମିଳିଛି । କଙ୍କାଳ ସହିତ ଗୁଳି, ଳୋକଙ୍କ କପଡା, ଚଶମା ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏତେ ବର୍ଷର କଙ୍କାଳକୁ ଏବେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ସରକାର ।


ତେବେ ବୁରୁଣ୍ଡିରେ ୧୯୯୩ରୁ ସିଭିଲ ଯୁଦ୍ଧ ଆରମ୍ଭ ହୋଇ ୨୦୦୫ ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ଏକ ବୁଝାମଣା ପରେ ଯୁଦ୍ଧକୁ ବନ୍ଦ କରାଯାଇଥିଲା । ଏହି ଯୁଦ୍ଧରେ ପାଖାପାଖୀ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ବୁରୁଣ୍ଡିରେ ୧୯୬୫, ୧୯୬୯, ୧୯୭୨, ୧୯୮୮ ଓ ୧୯୯୩ ମସିହାରେ ସାମୂହିକ ନରସଂହାର ହୋଇଥିଲା ।

Get real time updates directly on you device, subscribe now.