ଜଳୁଛି ନେପାଳ, ବିଗୁଡ଼ୁଛି ସ୍ଥିତି,ଦଙ୍ଗା ଭିତରେ ୬୦୦୦ ହଜାର କଏଦୀ ଜେଲରୁ ଫେରାର

ନେପାଳରେ ପ୍ରତିବାଦ କାହିଁକି ଆରମ୍ଭ ହୋଇଥିଲା?

କାଠମାଣ୍ଡୁ: ସରକାର ବିରୋଧରେ ଜେନେରାଲ-ଜି ପ୍ରଦର୍ଶନ ପରେ ଦେଖାଦେଇଥିବା ହିଂସା ଯୋଗୁଁ ନେପାଳର ପରିସ୍ଥିତି ଆହୁରି ଖରାପ ହୋଇଛି। ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ରାଗ ଥମିନାହିଁ ଏବଂ ପ୍ରଦର୍ଶନକାରୀମାନେ ସେମାନଙ୍କର ଦାବି ଉପରେ ଅଟଳ ଅଛନ୍ତି।ନେପାଳର ଅନେକ ସ୍ଥାନରେ ନିଆଁ ଜଳୁଛି ସୁପ୍ରିମକୋର୍ଟ, ବିମାନବନ୍ଦର, ସହ ବଡ଼ କୋଠାରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ। ଏବେ ସେହି ସ୍ଥାନରୁ ବାହାରୁଛି ଧୂଆଁ।

ପ୍ରଦର୍ଶନକାରୀମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସେଥିରେ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନଷ୍ଟ କରିଦେଇଛନ୍ତି। ଏପରି ପରିସ୍ଥିତିରେ, ଏବେ ନେପାଳର ସେନା ନିଜ ହାତରେ କମାଣ୍ଡ ନେଇ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛି।୧୮ ଜିଲ୍ଲାର ଜେଲରୁ ପ୍ରାୟ ୬ ହଜାର କଏଦୀ ଫେରାର।

ନେପାଳରେ ଦେଖାଦେଇଥିବା ହିଂସା ମଧ୍ୟରେ, ଏକ ବଡ଼ ଖବର ହେଉଛି ନେପାଳର ୧୮ ଜିଲ୍ଲାର ଜେଲରୁ ପ୍ରାୟ ୬ ହଜାର କଏଦୀ ଫେରାର ହୋଇଛନ୍ତି। ଏଥିରେ କେବଳ କାସ୍କିରୁ ୭୭୩ କଏଦୀ ପଳାୟନ କରିଛନ୍ତି।

ଏବଂ ନବଲପରାସୀ ଜେଲରୁ ୫୦୦ କଏଦୀ ପଳାୟନ କରିଛନ୍ତି। ଚିତୱାନରୁ ୭୦୦ କଏଦୀ, କୈଲାଲିରୁ ୬୧୨ କଏଦୀ, ଜଳେଶ୍ୱରରୁ ୫୭୬ କଏଦୀ ପଳାଇଛନ୍ତି।

ନେପାଳର ଏହି ଜେଲରୁ ଖସିଯାଇଥିବା କଏଦୀଙ୍କ ତାଲିକା ମଧ୍ୟ ସାମ୍ନାକୁ ଆସିଛି। ଏପରି ପରିସ୍ଥିତିରେ, ଏହି ବିଷୟ ମଧ୍ୟ ଚିନ୍ତାର ବିଷୟ ଯେ ପଳାୟନ କରିଥିବା କଏଦୀ ଦେଶର ସୁରକ୍ଷା ପାଇଁ ବାଧା ସୃଷ୍ଟି କରିପାରନ୍ତି। କେଉଁ କଏଦୀ କେତେ ବିପଦପୂର୍ଣ୍ଣ ତାହା ଚିହ୍ନଟ କରିବା ମଧ୍ୟ କଷ୍ଟକର।

ନେପାଳରେ ପ୍ରତିବାଦ କାହିଁକି ଆରମ୍ଭ ହୋଇଥିଲା?
ନେପାଳରେ ସାମ୍ପ୍ରତିକ ପ୍ରତିବାଦ ମୁଖ୍ୟତଃ ସୋସିଆଲ ମିଡିଆ ପ୍ଲାଟଫର୍ମ (ଯେପରିକି ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ହ୍ୱାଟ୍ସଆପ୍ ଏବଂ ଏକ୍ସ) ଉପରେ ପ୍ରତିବନ୍ଧକ ଲଗାଇବା ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦରେ ଆରମ୍ଭ ହୋଇଥିଲା।

ସରକାର ଏହି ପ୍ରତିବନ୍ଧକ ଲଗାଇଥିଲେ କାରଣ ଏହି ପ୍ଲାଟଫର୍ମଗୁଡ଼ିକ ନେପାଳ ସରକାରଙ୍କ ସହିତ ପଞ୍ଜୀକରଣ ପାଇଁ ସାତ ଦିନର ସମୟସୀମା ପାଳନ କରି ନଥିଲେ।

ସରକାର ଯୁକ୍ତି ଦେଇଥିଲେ ଯେ ଅନିୟନ୍ତ୍ରିତ ବିଷୟବସ୍ତୁ, ନକଲି ଖବର ଏବଂ ବେଆଇନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ। ତଥାପି, ପ୍ରତିବାଦକାରୀମାନେ, ବିଶେଷକରି ଜେନେରାଲ-ଜି ଯୁବପିଢ଼ି ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିିଥିଲେ।

ସେମାନେ ଅଭିଯୋଗ କରିଥିଲେ ଯେ ସରକାର ଦୁର୍ନୀତି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେମାନଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି।

ଏହାପରେ ପ୍ରତିବାଦ କାଠମାଣ୍ଡୁରୁ ଦେଶର ଅନ୍ୟାନ୍ୟ ସହରକୁ ବ୍ୟାପିଗଲା, ପୋଲିସ ସହିତ ସଂଘର୍ଷ ସହିତ ହିଂସାତ୍ମକ ରୂପ ନେଲା। ଏହି ସଂଘର୍ଷରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଶହ ଶହ ଲୋକ ଆହତ ହୋଇଥିଲେ।