fbpx

୬୨ ବ୍ରିଟେନ ଫେରନ୍ତାଙ୍କ ମିଳୁନି ପତ୍ତା

Advertisement

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଯୋଗୁଁ ସାରା ହାହାକାର ସୃଷ୍ଟି ହୋଇଛି । ଗତ ୨୨ ଦିନରେ ୧୮୧ ଜଣ ଓଡିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨ଜଣଙ୍କର ପର୍ତ୍ତା ମିଳୁନାହିଁ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ନଭେମ୍ବର ୩୦ରୁ ଡିସେମ୍ପର ୨୧ ଯାଏଁ ୧୮୧ ଜଣ ଓଡିଶା ଫେରିଛନ୍ତି । ୧୮୧ ଜଣଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳିସାରିଛି । ସେମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ୬୨ ଜଣ ଭୁଲ ନମ୍ବର, ଠିକଣା ଦେଇଥିବାରୁ ସେମାନଙ୍କ ପତ୍ତା ମିଳୁନାହିଁ । ଫଳରେ ୬୨ ଜଣଙ୍କ ଯୋଗୁଁ ଚିନ୍ତା ପଢିଛି ।’

Get real time updates directly on you device, subscribe now.