fbpx
BJD
BJD SKY
BJD SKY

ଏସିଆନ୍ ଗେମ୍ସରେ ଭାଗ ନେବେ ୬୩୪ ଭାରତୀୟ ଆଥଲେଟ୍‌, ଓଡ଼ିଶାରୁ ୧୦ ଖେଳାଳି ସାମିଲ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଚୀନର ହାଙ୍ଗଝୋୟୁ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୬୩୪ ଆଥଲେଟ୍ ଭାଗ ନେବେ । ଭାରତୀୟ ଅଲିମ୍ପିକ୍ ଆସୋସିଏସନ ୮୫୦ ଆଥଲେଟଙ୍କ ନାମ ସୁପାରିସ୍‌
କରିଥିଲା । ମାତ୍ର ଏମାନଙ୍କ ମଧ୍ୟରୁ ୬୩୪ ଜଣଙ୍କୁ ଚୂଡାନ୍ତ କରା ଯାଇଥିବାବେଳେ ଓଡ଼ିଶାରୁ ମୋଟ୍‍ ୧୦ଜଣ ଖେଳାଳି ସାମିଲ ହୋଇଥିବା ନେଇ ସୂଚନା ରହିଛି । ଦୌଡ଼କୁଦ ଜାଭେଲିନ୍‍ରେ କିଶୋର କୁମାର ଜେନା, ନୌ-ଚାଳନାରେ ସୋନାଲି
ସ୍ୱାଇଁ ଓ ଋୁତୁ କାଉଡି, ମହିଳା ହକିରେ ଦୀପ୍‍ଗ୍ରେସ ଏକ୍କା ଏବଂ ପୁରୁଷରେ ଅମିତ ରୋହିଦାସ ପ୍ରମୁଖ ସ୍ଥାନ ପାଇଛନ୍ତି ।

ସେହିପରି ମହିଳା ଫୁଟବଲରେ ପ୍ୟାରୀ ଖାଖା ଓ ମନିଷା ପାନା ସ୍ଥାନ ପାଇବା ନେଇ ଆଶା ରଖାଯାଇଛି ।ଭାରତୀୟ ଆଥଲେଟ ମାନେ ୩୮ କ୍ରୀଡାରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୂଚନା ଯୋଗ୍ୟ ଯେ ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ୨୦୧୮ ଏସିଆନ ଗେମ୍ସରେ ଭାରତର ୫୭୨ ଜଣ ଆଥଲେଟ୍ ଭାଗ ନେଇଥିବା ବେଳେ ୧୬ ସ୍ୱର୍ଣ୍ଣ ସହ ମୋଟ ୭୦ ପଦକ ହାସଲ କରିଥିଲେ । ତେବେ ଏଥର ଅଧିକ ସଂଖ୍ୟକ ଆଥଲେଟ୍ ଭାଗ ନେଉ ଥିବା ବେଳେ ପଦକ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ଅନୁମାନ ।

Get real time updates directly on you device, subscribe now.