fbpx

HAL ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ୬୪୭ଟି ପଦରେ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟିସ, ଡିପ୍ଲୋମା ଆପ୍ରେଣ୍ଟିସ ଓ ଆଇଟିଆଇ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ମୋଟ ୬୪୭ଟି ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅଗଷ୍ଟ ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୩ ତାରିଖରେ ସମାପ୍ତ ହେବ । ଏହା ପରେ ସେପ୍ଟେମ୍ବର ମାସ ୪ରୁ ୧୬ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କର ସମ୍ଭାବ୍ୟ ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବ । ଗ୍ରାଜୁଏଟ ଆପ୍ରେଣ୍ଟିସରେ ୧୮୬ଟି ପଦ, ଡିପ୍ଲୋମା ଆପ୍ରେଣ୍ଟିସରେ ୧୧୧ଟି ପଦ ଓ ଆଇଟିଆଇ ଆପ୍ରେଣ୍ଟିସରେ ୩୫୦ଟି ପଦ ଖାଲି ରହିଛି ।

ସେହିପରି ହାଲରେ ଆଉ ଏକ ନିଯୁକ୍ତି ସୁଯୋଗ ରହିଛି । ପ୍ରାର୍ଥୀଙ୍କୁ ୧୮୫ଟି ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଡିଜାଇନ ଟ୍ରେନିଂ ଓ ମ୍ୟାନେଜମେଣ୍ଟ ଟ୍ରେନି (ଟେକ୍ନିକାଲ) ପଦରେ ଚାକିରି କରିପାରିବେ । ସେଥିପାଇଁ ଅଗଷ୍ଟ ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ୨୨ ତାରିଖରେ ସମାପ୍ତ ହେବ । ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜିରେ ବ୍ୟାଚେଲର ଡିଗ୍ରୀ / ଦ୍ୱାଦଶ ପରେ ୪ ବର୍ଷିଆ କୋର୍ସ କରିଥିବା ପ୍ରାର୍ଥୀ ଏଥିରେ ଆବେଦନ କରିଥିବେ ।

ଅନଲାଇନ୍ ଆବେଦନ ଲିଙ୍କ-୧: https://portal.mhrdnats.gov.in/boat/login/user_login.action

ଅନଲାଇନ୍ ଆବେଦନ ଲିଙ୍କ-୨: https://www.apprenticeshipindia.gov.in/

ନୋଟିଫିକେସନ ଲିଙ୍କ: http://hal-india.co.in/Common/Uploads/Resumes/1863_CareerPDF1_Eng_Apprentice%20ADVT%202023-24.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://hal-india.co.in/

Get real time updates directly on you device, subscribe now.