fbpx

ପ୍ରକାଶ ପାଇଲା ବିଜ୍ଞପ୍ତି: ରାଜ୍ୟର ୬୭୯୮ଟି ପଞ୍ଚାୟତର ଅନୁସୂଚିତ କ୍ଷେତ୍ର ବୃଦ୍ଧି ହେବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ-୨୦୨୩ ଅନୁଯାୟୀ ଅନୁସୂଚିତ କ୍ଷେତ୍ର (ଶିଡ୍ୟୁଲଡ ଏରିଆ) ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଥିବା ୬୭୯୮ଟି ପଞ୍ଚାୟତର ଅନୁସୂଚିତ କ୍ଷେତ୍ର ବଢ଼ିବ । ଏ କ୍ଷେତ୍ରରେ କେଉଁ ପଞ୍ଚାୟତବାସଙ୍କ କ୍ଷେତ୍ରରେ କି ସମସ୍ୟା ସୃଷ୍ଟି ହେବ ସେନେଇ ମତାମତ ସଂଗ୍ରହ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପାଳମାନେ ଲୋକଙ୍କଠାରୁ ମତାମତ ସଂଗ୍ରହ କରି ସରକାରଙ୍କୁ ଅବଗତ କରାଇବେ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖାଯାଇଛି । ପଞ୍ଚାୟତରେ ଲଘୁ ଖଣିଜ ସମ୍ପଦକ, ଜଳାଶୟ, ମାନବିକ ଅଧିକାର, ଗ୍ରାମ, ଗ୍ରାମ ସଭା, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଆଇନ ଓ ପଞ୍ଚାୟତର ସୀମା ରହିଥିବା ବେଳେ ପଞ୍ଚାୟତର ଅନୁସୂଚିତ ଅଞ୍ଚଳ ଘୋଷଣା ବେଳେ କିଛି ନିୟମ ଉଲ୍ଲେଖ କରାଯାଇ ନାହିଁ । ପୃଥକ ଗ୍ରାମ ତଥା ପଡ଼ାଗ୍ରାମ, ସ୍ୱତନ୍ତ୍ର ଗୋଷ୍ଠୀ ଆଦି ଶବ୍ଦ ଗ୍ରାମ ପଞ୍ଚାୟତ ପରିସରରେ ରହିଥିଲେ ହେଁ ସେ ନେଇ ନିୟମରେ ଉଲ୍ଲେଖ ନାହିଁ ।

ଗ୍ରାମ ଶାସନର କାର୍ଯ୍ୟକାରୀ କର୍ତ୍ତୃପକ୍ଷ ଗ୍ରାମପଞ୍ଚାୟତ ହୋଇଥିବା ବେଳେ ଗ୍ରାମସଭାର ଅଧ୍ୟକ୍ଷ ସରପଞ୍ଚ ରହିବେ । ଗ୍ରାମସଭା ଜରିଆରେ ପଞ୍ଚାୟତରେ କୃଷି ଲାଗି ସ୍ୱତନ୍ତ୍ର ଖସଡ଼ା, ସାମାଜିକ ସମୀକ୍ଷା କରାଯିବା ସହିତ ବକେୟା ଖିଲାପକାରୀଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଏଥିସହିତ ଦର ତଦାରଖ, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ କାର୍ଯ୍ୟକ୍ରମ, ପାନୀୟ ଜଳ ପରିଚାଳନା ଆଦି କାର୍ଯ୍ୟକ୍ରମ ଅନୁଧ୍ୟାନ କରାଯିବ । ଯେତେବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବେ, ସେତେବେଳେ ଗ୍ରାମପଞ୍ଚାୟତ ସହିତ ଅଧିଗ୍ରହଣକାରୀ ଅଧିକାରୀ ପରାମର୍ଶ କରିବେ । ସରକାରଙ୍କ ଖସଡ଼ା ଅନୁଯାୟୀ ସମସ୍ତ କାର୍ଯ୍ୟ ହେବ । ଆବଶ୍ୟକ ପଡ଼ିଲେ ଗ୍ରାମସୀମାରେ ପରିବର୍ତ୍ତନ କରାଯିବା ସହ କିଛି ନୂତନ ଲୋକଙ୍କୁ ସାମିଲ କରାଯିବ ଓ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।

Get real time updates directly on you device, subscribe now.