fbpx

ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୬ ମାସର ଶିଶୁ ବିରୋଧରେ ମାମଲା

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଲକ ଡାଉନ ,ସଟ ଡାଉନ,କ୍ୱାରେଣ୍ଟାଇନ,କଣ୍ଟେନମେଣ୍ଟ ଆଦି ନିୟମକୁ କଡା କଡି ପାଳନ କରାଯାଉଛି । ଉଲଂଘନକାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।ଏଭଳି ଅବସ୍ଥାରେ କ୍ୱାରେଣ୍ଟାଇନ ନିୟମ ଭାଂଙ୍ଗିଥିବାରୁ ଅଡୁଆରେ ୬ ମାସର ଶିଶୁ । କେବଳ ଏହି ଶିଶୁ ନୁହେଁ ଅନ୍ୟ ଜଣେ ୩ ବର୍ଷର ଶିଶୁ ବିରୋଧରେ ବି ମାମଲା ରୁଜ୍ଜୁ କରାଯାଇଛି । କିନ୍ତୁ ଉଭୟ ୮ ବର୍ଷରୁ କମ୍ ବୟସର ବା ଜୁଭେନାଇଲ ହୋଇଥିବାରୁ ଉଭୟଙ୍କ ବିରୋଧରେ ଏଫ.ଆଇ.ଆର ରୁଜ୍ଜୁ କରାଯାଇନାହିଁ । ପ୍ରକୃତରେ ଘଟଣାଟି ଘଟିଛି ଉତ୍ତରାଖଣ୍ଡରେ । ଯେଉଁଠି ଉତ୍ତରକାଶୀ ରାଜସ୍ୱପୁଲିସ ହୋମ କ୍ୱାରେଣ୍ଟାଇନ ନିମୟ ଭାଙ୍ଗିଥିବାରୁ ୫୧ ଜଣଙ୍କ ବିରୋଧରେ ମାମଲା କରିଛି । ଯାହା ଭିତରେ ଏହି ଶିଶୁ ଦୁଇଜଣ ଅଛନ୍ତି । କିନ୍ତୁ ଶିଶୁ ଦୁଇଜଣ ନିଜେ ନିଜେ ତ ନିୟମ ଭାଙ୍ଗିବା ସମ୍ଭବ ନୁହେଁ ତେବେ ସେମାନେ କାହା ସହ ଘରୁ ବାହାରି ନିୟମ ଉଲଂଘନ କରିଛନ୍ତି ତାହା ସ୍ପଷ୍ଠ ହୋଇନାହିଁ ।

Get real time updates directly on you device, subscribe now.