fbpx

ଏଟିଏମରୁ ବ୍ୟାପିଲା କରୋନା ସଂକ୍ରମଣ ,କ୍ୱାରେଣ୍ଟାଇନରେ ୨୮ ଜଣ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): ଏଟିଏମରୁୁ ବ୍ୟାପିଲା କରୋନା ସଂକ୍ରମଣ । ଏକାଥରକେ ତିନି ଜଣ ସଂକ୍ରମିତ । ଏବେ ଏମାନଙ୍କ ସମ୍ପର୍କରେ ଆସିଥିବା ୨୮ ଜଣଙ୍କୁ ସଂଗରୋଧରେ ରଖାଯାଇଛି ।ସଭିଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ଗୁଜରାଟର ବରୋଦ୍ରା ଜିଲ୍ଲାରେ ଥିବା ଏଟିଏମ ରୁ ୩ଜଣ ଜବାନ ପଇସା ଉଠାଇଥିଲେ ।ଏହା ପରେ ସଭିଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଟେଷ୍ଟରୁ ୩ ଜଣଙ୍କର ରିପୋର୍ଟ ପଜେଟିଭ ଆସଥିଲା । ଏବେ ଏଟିଏମରୁ ସଂକ୍ରମଣ ବ୍ୟାପିବା ଖବର ପରେ ସମଗ୍ର ରାଜ୍ୟ ପ୍ରଶାସନ ଚିନ୍ତିତ ହୋଇପଡିଛି ।

Get real time updates directly on you device, subscribe now.