fbpx
BJD SKY
BJD SKY

ଷଷ୍ଠ ଶ୍ରେଣୀ ପାସ୍ କରିଥିଲେ ମିଳିବ ସରକାରୀ ଚାକିରି, ୫୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଆଜି ହିଁ କରନ୍ତୁ ଆବେଦନ

BJD

ନୁଆଦିଲ୍ଲୀ: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ଷଷ୍ଠ ପାସ୍ କରିଥିବା ର୍ପ୍ରାଥୀମାନଙ୍କ ପାଇଁ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଆସାମ ଷ୍ଟେଟ୍ ଲେବଲ ସିକ୍ୟୁରିଟି ବୋର୍ଡ ଅନେକ ଗୁଡ଼ିଏ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ବୋର୍ଡ ୫୮୭ ସଫେଇ କର୍ମଚାରୀ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ନିମନ୍ତ୍ରଣ କରିଛି। ଆଶାୟୀ ପ୍ରାର୍ଥିମାନେ ଆବେଦନ ପାଇଁ ଅଫିସିଆଲ ୱେବସାଇଟ୍ slprbassam.in ରେ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।

ନିଯୁକ୍ତି ବିବରଣି।

ଆସାମ ପୋଲିସରେ ସଫେଇ କର୍ମଚାରୀ: ୪୮୩ ପଦବୀ ।
ନାଗରୀକ ସୁରକ୍ଷା ଏବଂ ହୋମଗାର୍ଡ ନିର୍ଦେଶାଳୟରେ ସଫେଇ କର୍ମଚାରୀ: ୫୭ ।
ଅଗ୍ନିଶମ ବାହିନୀରେ ସଫେଇ କର୍ମଚାରୀ: ୧୩ ପଦବୀ ଖାଲି ।
ଜେଲ୍ ବିଭାଗରେ ସଫେଇ କର୍ମଚାରୀ: ୬ ପଦବୀ ଖାଲି ।
ଫରେଷ୍ଟ ବିଭାଗରେ ସ୍ୱିପର: ୨୮ ପଦବୀ ଖାଲି ।

ଶିକ୍ଷାଗତ ଯୋଗ୍ୟତା: ଆଶାୟୀ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିବେ, ଅର୍ଥାତ୍ ପାସ୍ କରିଥିବେ ।
ବୟସ ସୀମା: ୧ ଜାନୁଆରୀ ୨୦୨୩ ସୁଦ୍ଧା ସର୍ବାଧିକ ୪୦ ବର୍ଷ ହୋଇଥିବ । ତେବେ ସଂରକ୍ଷଣ ବର୍ଗ ପାଇଁ ନିୟମ ଅନୁଯାୟୀ ରିହାତି ମିଳିବ ।
ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.