fbpx
BJD SKY
BJD SKY

ଗଞ୍ଜେଇ ଯାଞ୍ଚ ବେଳେ ୧୮ ଲକ୍ଷ ଜବତ

BJD

ଭୁବନେଶ୍ୱର : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଆମେ କାହିଁକି କହୁଛୁ ଏ କଥା । କାରଣ ଗଞ୍ଜେଇ ଯାଞ୍ଚ ଚାଲିଥିବାବେଳେ ପୋଲିସ ହାତରେ ଲାଗିଛି୧୮ ଲକ୍ଷ ଟଙ୍କା । ଏହି ଟଙ୍କା କାହାର, ଏନେଇ ପୁଲିସ ଖୋଳତାଡ କରିବା ପରେ ଜଣାପଡିଥିଲେ ଯେ ଯାଜପୁର ଜିଲାର ସଞ୍ଜୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଚାଲଣ ଯାଞ୍ଚ ଚାଲିଥିଲା । ଏହି ସମୟରେ ଏକ ବସ ମଧ୍ୟରୁ ୧୮ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା । ଏହି ଟଙ୍କା ଯାଜପୁର ଜିଲା ଗୋବିନ୍ଦପୁର ଗ୍ରାମର ସଞ୍ଜୟ ସାହୁଙ୍କର ବୋଲି ତଦନ୍ତରୁ ଜଣାପଡିଥିଲା । ସେ ଜଣେ କାଜୁ ବ୍ୟବସାୟୀ । ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସୂଚନାଯୋଗ୍ୟ , ପଶ୍ଚିମଓଡିଶାରୁ ଅନେକ ସମୟରେ ଗଞ୍ଜେଇ ଚୋରା ଚାଲଣ ହୁଏ । ବ୍ରହ୍ମପୁର ରାସ୍ତା ଦେଇ ଏହି ଚୋରା ଚାଲାଣ ଗାଡି ଯାତାୟାତ କରୁଥିବାରୁ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ।

Get real time updates directly on you device, subscribe now.