fbpx

ଓଜନ କମ କରିବାକୁ ଚାହୁଛନ୍ତି କି, କଫିରେ ମିଶାନ୍ତୁ ଏହି ୨ଟି ଜିନିଷ, ବହୁତ ଶୀଘ୍ର ହେବେ ସ୍ଲିମ

ଆଜିକାଲି ସ୍ଲିମ୍ ରହିବାକୁ କିଏ ବା ପସନ୍ଦ ନ କରେ । ପ୍ରାୟ ସମସ୍ତେ ଚାହାଁନ୍ତି । ଏଥିପାଇଁ ଡାଏଟ୍ ଚାଟ୍ ଏବଂ ଡ୍ରିଙ୍କ୍ସ ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ବ୍ୟାୟାମ କରିବା ସହିତ ଓଜନ କମ୍ କରିବାକୁ ୱେଟ୍ ଲସ୍ ଡ୍ରିଙ୍କ୍ସ ମଧ୍ୟ ପିିଇବାକୁ ପଡିଥାଏ ।

ଯଦିର ଦିନର ଆରମ୍ଭ ଗୋଟେ କପ୍ କଫିରୁ କରୁଛନ୍ତି ତେବେ ଚିନ୍ତା ସରିଲା । ଏଥିରେ ଆପଣ ଏମିତି କିଛି ଜିନିଷ ମିଶାଇ ପିଇପାରିବେ, ଯାହା ଦ୍ୱାରା ବହୁଜ ଶୀଘ୍ର ଆପଣଙ୍କ ଓଜନ କମ୍ ହେବ । ଏହା ଫଳରେ ୱେଟ୍ ଲସ୍ ଡ୍ରିଙ୍କ୍ସ ପିଇବା ଆବଶ୍ୟକ ପଡିବ ନାହିଁ ।

ସିନେମନ କଫି
ସିନେମନ କଫି ଅର୍ଥାତ୍ ଡାଲଚିନ କଫି । ଓଜନ କମ୍ କରିବା ପାଇଁ ଏହାକୁ ବ୍ୟବହାର କରି ପାରିବେ । ଏକ କପ୍ କଫିରେ ଗୋଟେ ଚୁଟକି ଡାଲଚିନ୍ ପାଉଡର ମିଶାଇ ପିଅନ୍ତୁ । ବହୁତ ଶୀଘ୍ର ଫଳ ପାଇବେ । କଫିନ୍ ଏବଂ ଡାଲଚିନ୍ ମିଶିବା ପରେ ଏହା ଆଣ୍ଟିଅକ୍ସିଡାଣ୍ଟ ଡ୍ରିଙ୍କ୍ସ ରେ ପରିଣତ ହୋଇଥାଏ । ଏଥିରେ ମହୁ ମିଶାଇ ପିଇ ପାରିବେ ।

ଲେମ୍ବୁ ରସ
ଲେମ୍ବୁ ରସରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ । କଫିରେ ଏହାକୁ ମିଶାଇ ପିଇବା ଦ୍ୱାରା ମେଟାବଲିଜମ୍ ସିଷ୍ଟମ୍ ଠିକ୍ ରହିଥାଏ । ଯାହା ଦ୍ୱାରା ଫ୍ୟାଟ୍ ବର୍ଣ୍ଣିଂ ହରମନ୍ ଆକ୍ଟିଭ୍ ହୋଇଥାଏ । ଏହି ଡ୍ରିଙ୍କ୍ସକୁ ବନେଇବା ପାଇଁ ବ୍ଲାକ୍ କଫିରେ ଡାଲଚିନି ପାଉଡର ଏବଂ ଲେମ୍ବୁ ରସ ମିଶାଇ ପାରିବେ ।

ବ୍ଲାକ୍ କଫି
ଯଦି ଆପଣ କ୍ଷୀରରେ କଫି ମିଶାଇ ପିଉଛନ୍ତି ତେବେ ବ୍ଲାକ୍ କଫି ପିଇବାକୁ ଚେଷ୍ଟା କରନ୍ତୁ । ବ୍ଲାକ କଫି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ପ୍ରତିଦିନ ବ୍ଲାକ୍ କଫି ପିଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହେବା ସହ ମେଟାବଲିଜମ୍ ସିଷ୍ଟମ୍ ଠିକ୍ ରହିଥାଏ ।

 

Get real time updates directly on you device, subscribe now.