fbpx

ଗଣଦୁଷ୍କର୍ମ ମାମଲା; ୬ବର୍ଷ ପୀଡିତାଙ୍କୁ ଅଭିଯୁକ୍ତଙ୍କ ପୂରା ନାମ ମନେରଖିବା ବାଧ୍ୟତା ମୂଳକ ନୁହେଁ : ହାଇକୋର୍ଟ

ମୁମ୍ବାଇ: ନାବାଳିକାଙ୍କ ବଳତ୍କାର ମାମଲାରେ ବମ୍ବେ ହାଇକୋର୍ଟ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନରୁ ମୁକ୍ତ କରିବା ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି । ଏହାସହ ୬ବର୍ଷର ପୀଡିତା ନାବାଳିକାଙ୍କ ଉପରେ ଆଶା ରଖାଯିବ ନାହିଁ ଯେ, ତାଙ୍କୁ ସେହି ଅଭିଯୁକ୍ତର ପୂରା ନାମ ମନେରଖିବାକୁ ପଡିବ । ପ୍ରକୃତରେ ଅପରାଧୀ ଜଣକ କୋର୍ଟରେ ଯୁକ୍ତି ବାଢିଛନ୍ତି ଯେ, ପୀଡିତାଙ୍କ ଅଭିଭାବକ ବା ପୋଲିସ ତାଙ୍କୁ ଏହି ମିଛ ମାମଲାରେ ପଶାଇବା ପାଇଁ ସେହି ନାବାଳିକୁ ଶିଖାଇଛନ୍ତି ।

ଔରଙ୍ଗାବାଦ ବେଞ୍ଚରେ ଜଷ୍ଟିସ ବିଭା କଙ୍କଡୱାଡୀ ଏବଂ ୱାଇଜୀ ଖୋବରାଗଡେ ଉଚ୍ଚ ନ୍ୟାୟାଳୟରେ ଶୁଣାଣି କରୁଥିଲେ । କୋର୍ଟ କହିଛନ୍ତି ଯେ, ୬ବର୍ଷର ନାବାଳିକା ଠାରୁ ଏହା ଆଶା କରାଯାଇପାରିବ ନାହିଁ ଯେ, ତା ସହ ଦୁଷ୍କର୍ମ କରିଥିବା ଲୋକଙ୍କ ପୁରା ନାମ ମନେ ରଖିବା । ତାଙ୍କୁ କେବଳ ବ୍ୟକ୍ତିର ପ୍ରଥମ ନାମ ମନେରଖିବାକୁ ପଡିବ ବା ଅବିଭାବକ ତାଙ୍କ ପିଲା ମାନଙ୍କ ଜରିଆରେ ସେହି ବ୍ୟକ୍ତିକୁ ଚିହ୍ନି ପାରିବେ ।

ସେପ୍ଟେମ୍ବର ୨୦୧୨ ମସିହାରେ ଜଣେ ନାବାଳିକା ସହ ବଳତ୍କାର ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତଙ୍କୁ ୨୦୧୫ ମସିହାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏଥିରେ ନ୍ୟାୟାଳୟ ଦୋଷୀଙ୍କୁ ୧୫ ବର୍ଷ କାରାଗାର ଦଣ୍ଡ ଶୁଣାଣି କରିଥିଲେ । ଅପରାଧୀ ନିଜ ଅପିଲରେ କହିଛନ୍ତି ଯେ, ତାଙ୍କ ନାମ ନେବାକୁ ପୋଲିସ ସେହି ବାଳିକାକୁ ଶିଖାଇଛନ୍ତି । ଏଥିରେ ବେଞ୍ଚ କହିଛନ୍ତି ଯେ, ଯଦି ଏହି କଥାକୁ ମାନିନିଆଯିବ କି ସେହି ନାବାଳିକାକୁ ପୋଲିସ ଶିଖାଇଛି ତେବେ ପୋଲିସକୁ ଏଥିରେ କଣ ଲାଭ ମିଳିବ । ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ, ଅନୂସୂଚୀତ ଜନଜାତିରୁ ଆସିଥିବା ନାବାଳିକା ସହ ସେହି ଅପରାଧୀ ଦୁଷ୍କର୍ମ କରିଥିଲା । ତେଣୁ କୋର୍ଟ ଦଣ୍ଡ ବିଧାନ ଶୁଣାଣି ପାଇଁ ପରବର୍ତ୍ତୀ ତାରିଖକୁ ସ୍ଥଗିତ ରଖିଲେ ।

Get real time updates directly on you device, subscribe now.