fbpx
BSKY
BJD SHG SKY
BJD YOUTH SKY

ଅନେକ ବର୍ଷପରେ ଏକାଠି ହେବାକୁ ଯାଉଛନ୍ତି ଦୁଇ ବଡ଼ ଗ୍ରହ, ଏହି ୪ ରାଶି ଉପରେ ପଡ଼ିବ ପ୍ରଭାବ: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି। ଏମାନଙ୍କ ମଧ୍ୟରୁ ଜୋତିଷଶାସ୍ତ୍ରକୁ ଭିନ୍ନ ଏକ ମହତ୍ତ୍ଵ ଏବଂ ଗୁରୁତ୍ୱ ଦିଆଯାଇଛି। କାରଣ ଏହି ଶାସ୍ତ୍ର ସାହାଯ୍ୟରେ ଜୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ଅନେକ କିଛି କଥା ଜାଣିପାରନ୍ତି । ଏଥିସହିତ କେଉଁ ଗ୍ରହ କେଉଁ ସମୟରେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିବେ ତାହା ମଧ୍ୟ ଏହି ଜୋତିଷଶାସ୍ତ୍ର ମାଧ୍ୟମରେ ହିଁ ଜଣାପଡ଼େ । ତେବେ ଶାସ୍ତ୍ର ମତରେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ବୃହସ୍ପତି ମଧ୍ୟ ଆସନ୍ତା ୨୨ତାରିଖରେ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁଠାରେ ପୂର୍ବରୁ ଗ୍ରହରାଜ ସୂର୍ଯ୍ୟ ବିରାଜମାନ ଅଛନ୍ତି। ଫଳରେଏହି ଦୁଇ ଗ୍ରହ ମିଶି ଏକ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛନ୍ତି। ଯାହାକି ଅନେକ ବର୍ଷ ପରେ ଦେଖିବାକୁ ମିଳିଛି ।

ତେବେ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ଏହି ସଂଯୋଗ ସମସ୍ତ ୧୨ ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ। କିନ୍ତୁ ଖାସ୍ କରି ୪ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ। ଯାହାଫଳରେ ସେହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସଫଳତା ପାଇବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ଟି ରାଶିମାନଙ୍କ ବିଷୟରେ।

ମେଷ:ଜୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ସଂଯୋଗ ମେଷ ରାଶିର ପ୍ରଥମ ଭାଗରେ ରହିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଆଗାମୀ ସମୟରେ ସମାଜରେ ଅନେକ ମାନସମ୍ମାନ ପାଇବା ସହ ଜୀବନରେ ମଧ୍ୟ ଉନ୍ନତି କରିବେ । ଏଥିସହିତ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଲାଭବାନ ହେବାର ସମ୍ଭାବନା ରହିଛି।

ମିଥୁନ:ଶାସ୍ତ୍ର ମତରେ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ସଂଯୋଗ ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ। ଫଳରେ ସେମାନେ ତାଙ୍କ ଜୀବନରେ ଉନ୍ନତି କରିବା ସହ ଅର୍ଥିକ ସ୍ଥିତି ମଧ୍ୟ ସୃଦୁଢ଼ ହେବ। ସେହିପରି ନୂତନ ଚାକିରୀର ମଧ୍ୟ ଯୋଗ ରହିଛି । ଏତତ୍ ବ୍ୟତୀତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭବାନ ହେବାର ସମ୍ଭାବନା ରହିଛି ।

କର୍କଟ: ଜୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏବଂ ବୃହସ୍ପତି ଦୁଇ ଗ୍ରହ କର୍କଟ ରାଶିର ଦଶମ ଭାଗରେ ଅବସ୍ଥାନ କରିବେ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବା ସହ ଚାକିରୀରେ ପ୍ରମୋସନ୍ ହେବାର ସମ୍ଭାବନା ରହିଛି। ଏଥିସହିତ ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରେ ।

ମୀନ: ଏହିରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତି ରାଶି ପରିବର୍ତ୍ତନ ସେମାନଙ୍କୁ ସଫଳତା ପ୍ରଦାନ କରିବ । ଫଳରେ ସେମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ସହ କ୍ୟାରିୟରରେ ମଧ୍ୟ ଅନେକ ସଫଳତା ପ୍ରାପ୍ତି ହେବ। ସେହିପରି ଅନେକ ଦିନ ଧରି ଅଟକି ରହିଥିବା କାମ ହେବ । ପରିବାର ସହ ଭଲ ସମୟ ଅତିବାହିତ କରିବାର ସୁଯୋଗ ମିଳିବ ।

Get real time updates directly on you device, subscribe now.