fbpx
BJD SKY
BJD SKY

ଏହି ୭ଟି ଜିଲ୍ଲାର ଲୋକଙ୍କୁ ଝାରସୁଗୁଡ଼ା ମନା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

BJD

ଝାରସୁଗୁଡ଼ା, ୨୨ା୭(ଓଡ଼ିଶା ଭାସ୍କର): ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସବୁ ସ୍ଥିତିକୁ ନଜରରେ ରଖି ସମସ୍ତ ଜିଲ୍ଲାରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଆଜି ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ଗରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲାକୁ ଯାତାୟତ କରିବା ଉପରେ କଟକଣା ଲାଗୁ କରାଯାଇଛି । ୭ଟି ଜିଲ୍ଲାର ବାସିନ୍ଦାଙ୍କୁ ଝାରସୁଗୁଡ଼ା ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ୭ଜିଲ୍ଲା ସହ ଗୋଟିଏ ସବଡିଭିଜନର ଲୋକଙ୍କୁ ମଧ୍ୟ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ୭ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର । ସୁନ୍ଦରଗଡ଼ର ପାନପୋଷ ସବଡ଼ିଭିଜନ ଲୋକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ନାହିଁ ।

Get real time updates directly on you device, subscribe now.