fbpx

ହଷ୍ଟେଲ ରୁମରେ ଗୋମାଂସ ରାନ୍ଧିବା ଅଭିଯୋଗରେ ୭ ଛାତ୍ର ନିଲମ୍ବିତ

ବ୍ରହ୍ମପୁର: ରାଜ୍ୟର ଜଣାଶୁଣା ସରକାରୀ ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁରର ୭ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନିଲମ୍ବିତ କରିଦେଇଛନ୍ତି । ହଷ୍ଟେଲ ପରିସରରେ ନିଷିଦ୍ଧ ଗୋରୁ ମାଂସ ରୋଷେଇ କରିବା ଅଭିଯୋଗ ପରେ ସେମାନେ ନିଷିଦ୍ଧ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି ।

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ମ୍ୟାନେଜମେଣ୍ଟ ତରଫରୁ ଗୁରୁବାର ଦିନ ଏହି ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା କି, କଲେଜର ଦୁଇ ହଷ୍ଟେଲର ୭ ଛାତ୍ରଙ୍କୁ କଲେଜ ପରିସରେ ନିଷିଦ୍ଧ କାର୍ଯ୍ୟ କରିଥିବାରୁ ନିଲମ୍ବନ କରାଯାଇଛି । ଏଥି ସହ ଜଣେ ଛାତ୍ରଙ୍କୁ ୨ ହଜାର ଟଙ୍କା ଜରିମାନା କରାଯାଇଛି । ଏହି ନିର୍ଦ୍ଦେଶନାମାରେ କଲେଜର ଡିନଙ୍କ ଦସ୍ତଖତ ରହିଛି ।

ଏହି ଘଟଣା ପରେ କଲେଜ ପରିସରରେ ଉତ୍ତେଜନା ଆଶଙ୍କା କରି ସେଠାରେ ପୋଲିସ ମୁତୟନ କରାଯାଇଛି । ଏନେଇ ଛାତ୍ରଙ୍କ ଅଭିଭାବକଙ୍କୁ ମଧ୍ୟ ଅବଗତ କରାଯାଇଛି । ଏପରି କଠୋର କାର୍ଯ୍ୟାନୁଷ୍ଠାନ ବୁଧବାର ରାତିରେ କିଛି ଛାତ୍ରଙ୍କ ଅଭିଯୋଗ ପରେ ନିଆଯାଇଛି । ସେହି ଛାତ୍ରମାନେ ଅଭିଯୋଗ ଆଣିଥିଲେ କି, କଲେଜ ପରିସରରେ ବ୍ୟାନ ହୋଇଥିବା ଗୋରୁ ମାଂସକୁ ହଷ୍ଟେଲ ରୁମରେ କିଛି ଛାତ୍ର ରାନ୍ଧୁଥିଲେ । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ପ୍ରଦର୍ଶନ ଦେଇଥିଲେ ଅନ୍ୟ ଛାତ୍ର ।

ଏହା ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ୟୁପିର ଅମ୍ରୋହାର ଏକ ସ୍କୁଲ ଛାତ୍ରଙ୍କୁ ସ୍କୁଲ ପ୍ରଶାସନ ନନଭେଜ ଟିଫିନ ଆଣିଥିବା ଅଭିଯୋଗରେ ନିଲମ୍ବନ କରିଥିଲେ ।

Get real time updates directly on you device, subscribe now.