fbpx

ଅବିଶ୍ରାନ୍ତ ବର୍ଷା ନେଲା ୭ ଜଣଙ୍କ ଜୀବନ, ୨ ଗୁରୁତର

ଓଡ଼ିଶା ଭାସ୍କର ବ୍ୟୁରୋ: ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର ଆଉ କାନ୍ଥ । ଫଳରେ ଚାଲିଗଲା ୭ ଜଣଙ୍କ ଜୀବନ । ଆଉ ଦୁଇଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଏଭଳି ଦୁର୍ଘଟଣା ଘଟିଛି । ପୃଥକ ପୃଥକ ଜାଗରେ ବର୍ଷା ବିତ୍ପାତ ପାଇଁ ୭ ଜଣଙ୍କର ପ୍ରାଣହାନୀ ଘଟିଛି ।

ମାନପୁର ଅଞ୍ଚଳରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା କାରଣରୁ ଘରର କାନ୍ଥ ଧସେଇ ପଡ଼ିଥିଲା । ଫଳରେ ଘରେ ଶୋଇଥିବା ଜଣେ ମହିଳାଙ୍କ ସହିତ ୪ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଥିବା ଜଣାପଡ଼ିଛି । ଅନୁରୂପ ଭାବେ ସଦରପୁର ଅଞ୍ଚଳରେ ମଙ୍ଗଳବାର ରାତିରେ ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି । ବର୍ଷା କ୍ରମାଗତ ହେଉଥିବାବେଳେ ଏଭଳି ଦୁର୍ଘଟଣା ପାଇଁ ଚାରିଆଡ଼େ ଶୋକ ଖେଳି ଯାଇଛି ।

Get real time updates directly on you device, subscribe now.