fbpx

ରାଜ କୁନ୍ଦ୍ରାଙ୍କ ପୁରୁଣା ଟ୍ୱିଟ୍ ଭାଇରାଲ; ହିନ୍ଦୁ ଧର୍ମକୁ କରିଥିଲେ ଅସମ୍ମାନ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ବିତରଣ ପାଇଁ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୁରୁଣା ଟ୍ୱିଟ ତାଙ୍କୁ ପୁଣି ଥରେ ବିବାଦ ଘେରକୁ ଟାଣି ଆଣିଛି । ଗିରଫ ହୋଇ ଜେଲରେ ରହିଥିବା ରାଜ କୁନ୍ଦ୍ରାଙ୍କ ପୁରୁଣା ଟ୍ୱିଟ୍ ଗୁଡିକ ମଧ୍ୟ ଗୋଟିଏ ପରେ ଗୋଟିଏ ଭାଇରାଲ ହେବା ପରେ ଲାଗିଛି । ଜୁନ ୧୯ରେ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ୯ ବର୍ଷ ପୂର୍ବରୁ ସେ କରିଥିବା କିଛି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଟ୍ୱିଟ ଗୁଡିକ ବିବାଦୀୟ ରହିଥିବା ବେଳେ ଏପରି ଏକ ଟ୍ୱିଟରେ ରାଜ ଅଶ୍ଳୀଳ ଫିଲ୍ମ ଓ ବେଶ୍ୟାବୃତ୍ତି ମଧ୍ୟରେ ସମାନତା ଦର୍ଶାଇବାକୁ ଚେଷ୍ଟା କରିଥିଲେ ।

କିଛି ଟ୍ୱିଟରେ ରାଜ ଭାରତୀୟ ଦେବଦେବୀ ଓ ସାମାଜିକ ବ୍ୟବସ୍ଥାକୁ ସମାଲୋଚନା ମଧ୍ୟ କରିଛନ୍ତି । ମାର୍ଚ୍ଚ ୨୯, ୨୦୧୨ରେ ରାଜ ପର୍ଣ୍ଣ ଓ ବେଶ୍ୟାବୃତ୍ତିକୁ ତୁଳନା କରି ଟ୍ୱିଟ୍ କରନ୍ତି । ଯଦି କ୍ୟାମେରା ସାମ୍ନାରେ ସହବାସ ପାଇଁ ପଇସା ମିଳିବା ଠିକ୍ ତେବେ ବେଶ୍ୟାବୃତ୍ତିରେ କଣ ଭୁଲ ରହିଛି ବୋଲି କୁନ୍ଦ୍ରା ପ୍ରଶ୍ନ କରିଛନ୍ତି ।
ଅନ୍ୟ ଏକ ଟ୍ୱିଟରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇଜାକ ନିଉଟନଙ୍କୁ ନେଇ ଏକ ଅଶ୍ଳୀଳ ଜୋକ୍ ଶେୟାର କରିଥିଲେ । ଜଣେ ମହିଳାଙ୍କୁ ନଗ୍ନ ଭାବରେ ଦେଖି ନିଉଟନ୍ କାହିଁକି ଆଶ୍ଚର୍ଯ୍ୟ ହେଲେ? କାହିଁକି ନା ମାଧ୍ୟାକର୍ଷଣ ବିରୋଧରେ କିଛି ଜିନିଷ ଉପରକୁ ଉଠୁଥିଲା ।

କେବଳ ଏତିକି ନୁହେଁ ହିନ୍ଦୁ ଧର୍ମର ଦେବଦେବୀ ମାନଙ୍କୁ ମଧ୍ୟ ରାଜ ନିଜ ଟ୍ୱିଟରେ ସମାଲେଚନା କରିଛନ୍ତି । ମାତା ସୀତାଙ୍କ ସମ୍ପର୍କରେ ରହିଥିବା ଏହି ଟ୍ୱିଟଟି ବିବାଦୀୟ ରହିଥିବା ବେଳେ ସମାନ ଟ୍ୱିଟରେ ସିଂହଳୀ ନାଗରିକଙ୍କୁ ମଧ୍ୟ ସମାଲୋଚନା କରିଥିଲେ ରାଜ । ୩୦ ସେପ୍ଟେମ୍ବର ୨୦୧୨ରେ କରାଯାଇଥିବା ଟ୍ୱିଟରେ ଲେଖିଥିଲେ ‘ ଶ୍ରୀଲଙ୍କାର ଚିୟର ଲିଡର ମାନଙ୍କୁ ଦେଖିବା ପରେ ସୀତାଙ୍କ ଅପହରଣ ପାଇଁ ରାବଣକୁ ଦାୟୀ କରାଯାଇ ପାରିବ ନାହିଁ’ । ଏହି ଟ୍ୱିଟରେ ଉଭୟ ମାତା ସୀତା ଏବଂ ସିଂହଳୀ ଲୋକଙ୍କ ରଙ୍ଗକୁ ଅପମାନିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ:

ପର୍ଣ୍ଣ ଫିଲ୍ମ ପାଇଁ ଗରିବ ଝିଅଙ୍କୁ ଟାର୍ଗେଟ୍ କରୁଥିଲେ ରାଜ୍, ଭଡ଼ାରେ ନେଇଥିଲେ ବଙ୍ଗଳା, ଢାଲ ସାଜିଥିଲା କେକରିନ୍

ଅନ୍ୟ ଏକ ଟ୍ୱିଟରେ ଲେଖା ଯାଇଥିଲା, ଅଭିନେତା କ୍ରିକେଟ ଖେଳୁଛନ୍ତି, କ୍ରିକେଟର ମାନେ ରାଜନୀତି କରୁଛନ୍ତି, ରାଜନେତା ମାନେ ପର୍ଣ୍ଣ ଦେଖୁଛନ୍ତି ଏବଂ ପର୍ଣ୍ଣଷ୍ଟାର ମାନେ ଅଭିନେତା ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜ କୁନ୍ଦ୍ରାଙ୍କ ବିରୋଧରେ ଆଇପିସିର ଧାରା ୪୨୦(ଠକେଇ), ୩୪, ୨୯୨ ଓ ୨୯୩ ଲାଗୁ କରାଯାଇଛି । ଏହା ବ୍ୟତିତ ଆଇଟି ଆକ୍ଟର ବିଭିନ୍ନ ଧାରା ଆଧାରରେ ତାଙ୍କୁ ଗିରଫ କରାଯାଇଛି । କୁନ୍ଦ୍ରା ଓ ଶିଳ୍ପା ୨୦୦୯ରେ ବିବାହ କରିଥିବା ବେଳେ ଉଭୟଙ୍କର ଦୁଇଟି ପୁଅ ରହିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ସ୍ତ୍ରୀ ଔରସରୁ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ଫେବୃୟାରୀରେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯିବା ସହିତ ମଡ ଆଇଲ୍ୟାଣ୍ଡରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.