fbpx

ଶନିବାର ପୃଥିବୀକୁ ଶନିଦଶା! ୨୮୮୦୦ କିମି ବେଗରେ ମାଡ଼ିଆସୁଛି ଉଲକା ପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡି ଆସୁଛି ଆଉ ଏକ ଉଲକାପିଣ୍ଡ । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ଆସନ୍ତା ଶନିବାର ପୃଥିବୀକୁ ଅତିକ୍ରମ କରିବ । ୨୦୦୮ଗୋ୨୦ ନାମକ ଏହି ଉଲକାପିଣ୍ଡଟି ପୃଥିବୀକୁ ଅତିକ୍ରମ କରିଯିବ । ଏହି ତାରକାର ବ୍ୟାସାର୍ଦ୍ଧ ୨୦ ମିଟର ରହିଥିବା ବେଳେ ଏହାର ଆକାର ଷ୍ଟାଡିୟମ ପରି ରହିଛି । ତେବେ ଏହାର ପରିସୀମାରେ ରହିଥିବା କିଛି ଆଷ୍ଟେରଏଡ୍ ଗୁଡିକ ଆପୋଲୋ ଶ୍ରେଣୀର । ଏହି ଶ୍ରେଣୀର ତାରକାକୁ ବିପଜ୍ଜନକ ଭାବରେ ଅଭିହିତ କରାଯାଇଥାଏ । ପୃଥିବୀ ସହିତ ଧକ୍କା ହେଲେ ଏହା ପ୍ରଭୃତ କ୍ଷତି ଘଟାଇବାର ସମ୍ଭାବନା ରହିଛି । ନାସା ପକ୍ଷରୁ ଏହି ଉଲକାପିଣ୍ଡ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ଉଲକାପିଣ୍ଡକୁ ନାସା ପକ୍ଷରୁ ନିୟମିତ ପର୍ଯ୍ୟବେକ୍ଷଣ କରାଯାଉଥିବା ନେଇ ସୂଚନା ମିଳିଛି ।

ଏହି ଉଲକାପିଣ୍ଡଟି ପୃଥିବୀ ଆଡକୁ ୮ କିମି ପ୍ରତିି ସେକେଣ୍ଡ ବେଗରେ ମାହି ଆସୁଥିବା ବେଳେ ଏହାର ଘଣ୍ଟାପ୍ରତି ବେଗ ୨୮୮୦୦ କିମି ରହିଛି । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ପୃଥିବୀ ଠାରୁ ୨୮୭୦୮୪୭୬୦୭ କିମି ଦୂରରେ ରହିଛି । ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାରୁ ଏହା ୮ ଗୁଣ ଅଧିକ ରହିଛି । ଏହାର ପରିଧି ପୃଥିବୀ ନିକଟରେ ରହିଥିବା ବେଳେ ଆପୋଲୋ ଶ୍ରେଣୀର ଆଷ୍ଟେରଏଡ ଅଧିକ କ୍ଷତି ଘଟାଇବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଜୁନ ମାସରେ ୨୦୨୧କେଟି୧ ପୃଥିବୀ ଆଡକୁ ମାଡି ଆସୁଥିଲା । ଏହି ଉଲକା ପିଣ୍ଡର ଆକାର ଏଇଫିଲ ଟାୱାର ଆକାରର ରହିଥିଲା ।

Get real time updates directly on you device, subscribe now.