fbpx

ଘୋଷଣା ହେଲା ସିବିଏସଇ ପ୍ରାଇଭେଟ୍ ପରୀକ୍ଷା ତାରିଖ; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର, ବୁଧବାର ଘୋଷଣା ହୋଇଛି ସିବିଏସଇ ପ୍ରାଇଭେଟ୍ ପରୀକ୍ଷା ତାରିଖ । ଆସନ୍ତା ମାସଠାରୁ ଏହି ପରୀକ୍ଷା କରାଯିବା ନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ପରୀକ୍ଷା ଅଗଷ୍ଟ ୧୫ ତାରିଖ ପରେ ଅନୁଷ୍ଠିତ ହେବ ।

ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଉନ୍ନତି ଚାହୁଁଥିବା ଛାତ୍ରଛାତ୍ରୀ ଏବଂ ମାର୍କରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.