fbpx
BJD SKY
BJD SKY

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: କୋଚଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୭ ମହିଳା ଆଥଲେଟ୍

BJD

ଚେନ୍ନାଇ: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ତାମିଲନାଡୁର ଆଥଲେଟିକ୍ସ କୋଚ୍ ପି ନାଗରାଜନଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୭ ମହିଳା ଆଥଲେଟ୍ । ପ୍ରଶିକ୍ଷଣ ନାଁରେ ନାଗରାଜନ ଆଥଲେଟଙ୍କୁ ଯୌନ ଶୋଷଣ କରୁଥିବା ନେଇ ଏହି ୭ ଖେଳାଳି ଅଭିଯୋଗ କରିଛନ୍ତି । ଫିଜିଓଥେରାପୀ ଏବଂ ଫିଟ ରଖିବା ବାହାନାରେ ନାଗରାଜନ ଖରାପ କାମ କରୁଥିଲେ ବୋଲି ଆଥଲେଟ୍ ମାନେ ନିଜ ବୟାନରେ ଉଲ୍ଲେଖ କରିଛନ୍ତି ।

ମେ ୩୦ ତାରିଖରେ ଜଣେ ୧୯ ବର୍ଷୀୟ ମହିଳା ଆଥଲେଟ୍ ପ୍ରଥମେ ନାଗରାଜନଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆଣିଥିଲେ । ଉକ୍ତ ଖେଳାଳି ଜଣକ ଦୀର୍ଘ ୭ ବର୍ଷ ଧରି ନାଗରାଜନଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଥିଲେ । ବଡ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ଏବଂ ଫିଜିଓ ଥେରାପୀ ବାହାନାରେ ନାଗରାଜନ ଦୀର୍ଘ ବର୍ଷ ଧାରୁ ତାଙ୍କୁ ଶୋଷଣ କରି ଆସୁଥିଲେ ବୋଲି ଅଭିଯୋଗ ଆଣିଥିଲେ ଖେଳାଳି ।

୫୯ ବର୍ଷୀୟ ନାଗରାଜନ ଚେନ୍ନାଇରେ ଏକ ସ୍ପୋର୍ଟସ ଏକାଡେମୀ ଖୋଲିଥିଲେ । ଏହି ଅଭିଯୋଗ ଆସିବା ପରେ ଆଉ ୭ ଜଣ ଖେଳାଳି ସାମ୍ନାକୁ ଆସିବା ସହିତ ସମାନ ଅଭିଯୋଗ କରିଥିଲେ । ଏହି ୭ ଖେଳାଳିଙ୍କ ବୟାନକୁ ନାଗରାଜନଙ୍କ ବିରୋଧରେ ବ୍ୟବହାର କରାଯିବ ବୋଲି ପୋଲିସ ପ୍ରକାଶ କରିଛି । ଏହି ଅଭିଯୋଗ ଆସିବା ପରେ ନାଗରାଜନ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

Get real time updates directly on you device, subscribe now.