fbpx

ଡରାଉଛି ଓମିକ୍ରନ: ମହରାଷ୍ଟ୍ରରେ ୭ ନୂଆ ଓମିକ୍ରନ କେସ

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରକୁ ଘାରିଛି ଓମିକ୍ରନ ଚିନ୍ତା । କାରଣ ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି ଓମିକ୍ରନ ମାମଲା । ମହାରାଷ୍ଟ୍ରରେ ଓମିକ୍ରନ ଭ୍ୟାରିଆଣ୍ଟର ଆଉ ୭ଟି ମାମଲା ସାମ୍ନାକୁ ଆସିଛି । ଏହି ୭ଟି ମାମଲା ସାମ୍ନାକୁ ଆସିବା ପରେ ଏବେ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏହା ସହ ଦେଶରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।

ରବିବାର ୭ଜଣଙ୍କ ଠାରେ ମିଳିଥିବା ଓମିକ୍ରନ ସଂକ୍ରମିତକଙ୍କ ମଧ୍ୟରୁ ୪ ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତି ଆଉ ୩ଜଣ ନାଇଜେରିଆରୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

ସୂଚନାଯୋଗ୍ୟ, ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । କୁହାଯାଉଛି ଏହା ଡେଲଟା ଭ୍ୟ।।ରିଆଣ୍ଟ ଠାରୁ ମଧ୍ୟ ଅଧିକ ମାରାତ୍ମକ । ବର୍ତ୍ତମାନ ସୁଦ୍ଧା ଏହା ପ୍ରାୟ ୪୦ ଦେଶକୁ ବ୍ୟାପିସାରିଲାଣି । ଭାରତରେ ମହାରାଷ୍ଟ୍ର ସହ କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Get real time updates directly on you device, subscribe now.