fbpx

ୱାଶିଂମେସିନ୍ ରେ ତିଆରି ହେଲା ପିରାମିଡ୍: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ନୂଆଦିଲ୍ଲୀ: ବର୍ଜ୍ୟବସ୍ତୁରୁ ଅନେକ ଜିନିଷ ତିଆରି କରାଯାଉଥିବା ଆପଣ ଦେଖିଥିବେ । କିନ୍ତୁ ବର୍ଜ୍ୟବସ୍ତୁରୁ ୱାର୍ଲ୍ଡ ରେକର୍ଡ କରିଛି ବ୍ରିଟେନ୍ ର ଇଲେକ୍ଟ୍ରୋନିକ୍ସ କମ୍ପାନୀ କରୀ ପିସି ୱାର୍ଲ୍ଡ । ଇଲେକ୍ଟ୍ରୋନିକ୍ସ ରିସାଇକ୍ଲିଙ୍ଗକୁ ଉତ୍ସାହିତ କରିବା ପାଇଁ ଏହି କମ୍ପାନୀ ୱାସିଂମେସିନ୍ର ସବୁଠୁ ବଡ଼ ଏବଂ ଉଚ୍ଚ ପିରାମିଡ୍ ତିଆରି କରି ୱାର୍ଲ୍ଡ ରେକର୍ଡ କରିଛି ।

ବ୍ରିଟେନ୍ ର ଏକ କମ୍ପାନୀ ପିସି ୱାର୍ଲ୍ଡ ରିସାଇକେଲ ହେବାକୁ ଥିବା ୱାଶିଂମେସିନ୍ କୁ ଯୋଡ଼ି ୪୪ ଫୁଟ ୭ ଇଞ୍ଚ ଲମ୍ବା ପିରାମିଡ୍ କୁ ତିଆରି କରି ସବୁଠୁ ବଡ଼ ୱାସିଂମେସିନ୍ ପିରାମିଡ୍ ତିଆରି କରିଛନ୍ତି । କମ୍ପାନୀ ୧,୪୯୬ ରିସାଇକ୍ଲିଙ୍ଗ ୱାଶିଂମେସିନକୁ ନେଇ ୪୪ ଫୁଟର ପିରମିଡ୍ ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛି ।

ସେପ୍ଟେମ୍ବର ୨୦୨୧ ରେ ନ୍ୟାସନାଲ ରିସାଇକ୍ଲିଙ୍ଗ ସପ୍ତାହ ସମୟରେ ସବୁଠାରୁ ବଡ଼ ୱାସିଂମେସିନ୍ ପିରାମିଡ୍ କରି ପ୍ରଥମ ରେକର୍ଡ କରିଛି ଏହି କମ୍ପାନୀ । କମ୍ପାନୀର କହିବା ଅନୁଯାୟୀ ଲୋକଙ୍କୁ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁ ସହ ମୁକାବିଲା କରିବା ବିଷୟରେ ଜାଗୃତ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛି । ଏହା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ଏବଂ ଏହାଦ୍ୱାରା ଲୋକେ ଇଲେକ୍ଟ୍ରୋନିକ ୱେଷ୍ଟର ମୁକାବିଲା ବିଷୟରେ ଜାଣିପାରିବେ ବୋଲି କମ୍ପାନୀ କହିଛି ।

Get real time updates directly on you device, subscribe now.