fbpx

ପଖାଳ ଭାତ, ଶୁଖୁଆ ଭର୍ତାର ତାଳରେ NCC ପ୍ୟାରେଡ୍; ଦେଖନ୍ତୁ ମଜାଦାର ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏନସିସି ପ୍ୟାରେଡ୍ ସହିତ ଆମେ ସମସ୍ତେ ପରିଚିତ । ଏନସିସିର ପ୍ୟାରେଡ ସମୟରେ ଏକ ଦୋ ଏକର ଧ୍ୱନି ସମସ୍ତଙ୍କୁ ଜଣା । ତେବେ ଏହି ଚିରାଚରିତ କଦମ ତାଲ ଧ୍ୱନିରୁ ବାହାରି ନୂତନ ଢଙ୍ଗରେ କଦମ ତାଲ କରିଛନ୍ତି ଏନସିସି ଛାତ୍ର । ଯୁଗ ବର୍ଗର ପସନ୍ଦ ଥିବା କିଛି ଗୀତର ଶୀର୍ଷକ ସହିତ ପଖାଳ ଭାତ ଓ ଶୁଖୁଆ ଭର୍ତ୍ତାର ଧ୍ୱନି ସହିତ କଦମ ତାଲ ଅଭ୍ୟାସ କରୁଛନ୍ତି ଏହି ଏନସିସି ଅଭ୍ୟାର୍ଥୀ ମାନେ ।

ଏନସିସିକ ଅଭ୍ୟାର୍ଥୀ ମାନଙ୍କୁ ଶଙ୍ଖଳା ଶିକ୍ଷା କରାଇବା ସହିତ ଏହା ସେମାନଙ୍କ ଚିତ ବିନୋଦନ ମଧ୍ୟ କରାଇଥିଲା । ଭିନ୍ନ ଏକ ଧ୍ୱନିରେ କଦମ ତାଲ କରୁଥିଲେ ମଧ୍ୟ କଦମ ତାଲରେ କୌଣସି ଅନିୟମିତତା ନଥିଲା । କେନ୍ଦ୍ରାପଡାର କଲେଜରେ ଏନସିସି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ହେବାକୁ ଲାଗିଥିବା ବେଳେ ଏହାକୁ ବେଶ ପ୍ରଶଂସା ମଧ୍ୟ କରାଯାଇଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.