fbpx

କ୍ୟାଟ୍ରିନାଙ୍କ ଗାଡ଼ିକୁ ଅଟକାଇଲେ ଟ୍ରାଫିକ୍ ପୋଲିସ, ପରେ ଏମିତି ହେଲା… ଦେଖନ୍ତୁ ଭିଡିଓ

ମୁମ୍ବାଇ: କ୍ୟାଟ୍ରିନା କୈଫ୍ ଏବଂ ଭିକ୍କୀ କୌଶଲଙ୍କ ବିବାହ ଖବରକୁ ନେଇ ବଲିଉଡରେ ଏବେ ଚର୍ଚ୍ଚା ହେଉଛି । ଲୋକେ ସୋମାନଙ୍କର ବିବାହକୁ ଅପେକ୍ଷା କରିଛନ୍ତି । କିନ୍ତୁ କ୍ୟାଟ୍ରିନା ଏବଂ ଭିକ୍କି ନିଜର ସ୍ୱାଭାବିକ ଦିନ ଭଳି ଜିମ୍ ଯିବା ଏବଂ ଅନ୍ୟାନ୍ୟ କାମ କରୁଥିବା ନଜର ଆସୁଛନ୍ତି । ଲାଗୁଛି ଦୁହେଁ ନିଜର ବିବାହ ବିଷୟରେ ବିଲକୁଲ୍ କାହାକୁ ବି ସୂଚନା ଦେବାକୁ ଚାହୁନାହଁନ୍ତି ।

ତେବେ ଏହାରି ମଧ୍ୟରେ କ୍ୟାଟ୍ରିନାଙ୍କ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଟ୍ରାଫିକ୍ ପୋଲିସ କ୍ୟାଟ୍ରିନାଙ୍କ ଗାଡ଼ିକୁ ଚେକିଂ ପାଇଁ ଅଟକାଉଛନ୍ତି ହେଲେ ଯେତେବେଳେ ସେ ଡ୍ରାଇଭରଙ୍କ ନିକଟରେ ପହଞ୍ଚୁଛନ୍ତି ଏବଂ ଭିତରକୁ ଦେଖୁଛନ୍ତି ଏହା ପରେ ପୁଣି ଥରେ ଡ୍ରାଇଭର ସହ କିଛି କଥା ହୋଇ ଫେରିଯାଉଛନ୍ତି । ଭିଡିଓରେ କୌଣସି ଖାସ କଥା ନାହିଁ, କିନ୍ତୁ କ୍ୟାଟ୍ରିନାଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ସମୟରେ ଟ୍ରାଫିକ୍ ପୋଲିସଙ୍କ ଏଭଳି କାମକୁ ଦେଖି ଲୋକେ ଖୁବ୍ ମଜା ନେଉଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

କିଛି ୟୁଜର୍ସ ଲେଖିଛନ୍ତି ତାଙ୍କୁ କେବଳ କ୍ୟାଟ୍ରିନାଙ୍କୁ ଦେଖିବାର ଥିଲା, ସେହିଭଳି ଆଉ ଜଣେ ଲେଖିଛନ୍ତି ବୋଧହୁଏ ବିବାହ କେବେ ହେବ ପଚାରିବାକୁ ଆସିଥିଲେ । ଏହିଭଳି ଅନେକ ମଜାଦାର କମେଣ୍ଟ ଆସିଛି ଏହି ଭିଡିଓରେ ।

Get real time updates directly on you device, subscribe now.