fbpx

ଦେଶ ଛାଡି ଯାଉଥିଲେ ଅଭିନେତ୍ରୀ: ବିମାନବନ୍ଦରରେ ରୋକିଲା ED

ନୂଆଦିଲ୍ଳୀ: ଦେଶ ଛାଡି ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖିଛି ଇଡି । କନମ୍ୟାନ ସୁକେଶ ଚନ୍ଦ୍ରଶେଖର ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିବା ଜ୍ୟାକଲିନଙ୍କ ନାମରେ ଜାରି ହୋଇଛି ଲୁକ ଆଉଟ ନୋଟିସ । ୨୦୦ କୋଟିର ଅର୍ଥ ହେରଫେର ମାମଲାକୁ ନେଇ ଜ୍ୟାକଲିନଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଇଡି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁଯାୟୀ ଜ୍ୟାକଲିନ କନମ୍ୟାନ ସୁକେଶ ନିକଟରୁ ପ୍ରାୟ ୧୦ କୋଟି ଟଙ୍କାର ଉପହାର ନେଇଛନ୍ତି । କେବଳ ଜ୍ୟାକଲିନ ନୁହନ୍ତି ନୋରା ଫତେହୀଙ୍କ ନାମ ମଧ୍ୟ ଏହି ଚାର୍ଜସିଟରେ ଉଲ୍ଲେଖ ରହିଛି । ମୁମ୍ବାଇ ରବିବାର ଦେଶ ବାହାରକୁ ଯିବା ପାଇଁ ପ୍ରୟାସ କରୁଥିବା ବେଳେ ମୁମ୍ବାଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ଇଡି ପକ୍ଷରୁ ତାଙ୍କୁ ଅଟକା ଯାଇଥିଲା ।

Get real time updates directly on you device, subscribe now.