fbpx

କାୟା ମେଲାଉଛି ଓମିକ୍ରନ: ଜୟପୁରରୁ ଚିହ୍ନଟ ହେଲେ ୯ ଆକ୍ରାନ୍ତ, ଦେଶରେ ୨୧ ହେଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରରସର ନୂଆ ଭ୍ୟାରିଆଣ୍ଟ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରବିବାର ରାଜସ୍ଥାନର ରାଜଧାନୀ ଜୟପୁରରେ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି । ଜୟପୁରର ଗୋଟିଏ ପରିବାରର ୪ ଜଣ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ ମୋଟ ୯ ଜଣଙ୍କ ଜିନୋମ ସ୍ୱିକ୍ୱେନ୍ସିଂ ରିପୋର୍ଟ ପଜିଟିଭ ଆସିଛି ।

ସୂଚନା ଅନୁଯାୟୀ, ଜୟପୁର ୯ ସାମ୍ପଲ ମଧ୍ୟରୁ ଦକ୍ଷିଣ ଆଫ୍ରିକାର ଓମିକ୍ରନ ଭ୍ୟାରିଆଣ୍ଟ ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଅନ୍ୟ ୫ଜଣ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ସମସ୍ତଙ୍କ ଚିକିତ୍ସା କରାଯାଉଛି । ସମସ୍ତଙ୍କ ଲକ୍ଷଣ ସାମାନ୍ୟ ଥିବା ନେଇ କୁହାଯାଉଛି ।

ଜୟପୁରରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ପହଞ୍ଚିଛି । ପୂର୍ବରୁ ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୨, ଦିଲ୍ଲୀ ଓ ଗୁଜରାଟରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରବିବାର କେବଳ ମହାରାଷ୍ଟ୍ରରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.