fbpx
BSKY
BJD MC SKY
BJD YOUTH SKY

Viral Video : ଗୋଟିଏ ବାଇକରେ ୭ ଲୋକ, ଭିଡିଓ ଦେଖି ଉଡିଯିବ ହୋସ୍…

ରାଜ୍ୟ ତଥା ଦେଶରେ ଲୋକଙ୍କ ସୁରକ୍ଷା ପାଇଁ ସରକାର ଦିନକୁ ଦିନ ଭିନ୍ନ ଭିନ୍ନ ଯୋଜନା ସହ ନିୟମ କାନାନୁ ମଧ୍ୟ ଲାଗୁ କରୁଛନ୍ତି । ତେବେ ଏହାରି ମଧ୍ୟରେ ସରକାର ଟ୍ରାଫିକ ସମସ୍ୟାକୁ ନେଇ କିଛି ନିୟମ ଲାଗୁ କରିଥିଲେ । ଯେଉଁଥିରେ କୁହାଯାଇଛି ଯେ ଗୋଟିଏ ବାଇକରେ ଦୁଇ ଜଣରୁ ଅଧିକ ଲୋକ ବସି ପାରିବେ ନାହିଁ । ସେହି ପରି ୪ ଚକିଆ ଯାନରେ ସିଟ୍ ବ୍ଲେଟ ସହ ୪ ଜଣ ଲୋକ ବସିବାର ନିୟମ ରହିଥିଲା। ଯଦି କୌଣସି ବ୍ୟକ୍ତି ସରକାରଙ୍କ ଏହି ନିୟମକୁ ଉଲଙ୍ଘନ କରେ , ତେବେ ତାଙ୍କୁ ଦଣ୍ଡ ସ୍ୱରୁପ ଜୋରିମାନା ଦେବାକୁ ପଡିଥାଏ । କିନ୍ତୁ ଆମ ଦେଶରେ ଲୋକେ କମ୍ ଜିନିଷରେ ଅଧିକ କାମ କରିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଭାରତୀୟମାନଙ୍କ ଏହି ଟେକ୍ନୋଲୋଜିକୁ ଦେଶି ଭାଷାରେ ଯୋଗାଡ କୁହାଯାଇଥାଏ । ଯାହାର ଏକ ଭିଡିଏ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଜଣେ ବ୍ୟକ୍ତି ତାଙ୍କ ବାଇକରେ ୨ କିମ୍ବା ୩ ଜଣଙ୍କୁ ନୁହେଁ ବରଂ ୭ ଜଣଙ୍କୁ ବସାଇଛନ୍ତି । ଏଥିସହିତ ଗୋଟିଏ ବାଇକରେ ଏହି ୭ଜଣ ବ୍ୟକ୍ତିଙ୍କ ଆଡଜଷ୍ଟ ହେବାର କଳାକୁ ମଧ୍ୟ ମାନିବାକୁ ପଡିବ ।ଯେଉଁ ବାଇକ ପୂର୍ବରୁ ଦୁଇଜଣଙ୍କ ପାଇଁ ଠିକ୍ ଥିଲା ବର୍ତ୍ତମାନ ସେହି ବାଇକରେ ୭ ଜଣ ଲୋକ କପରି ବସିଲେ ତାହା ମଧ୍ୟ କଳ୍ପନା କରିହେବ ନାହିଁ । ତେବେ ଏହାକୁ ହିଁ ଦେଶୀ ଭାଷାରେ ଯୋଗାଡ କୁହାଯାଇଥାଏ । ଯାହା ବର୍ତ୍ତମାନ ସୋସିାଲ ମିଡିାରେ ଖୁବ୍ ଭାଇରାଲ ହେବାର ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି କେଉଁଠିକାର ଜଣା ପଡିନଥିବା ବେଳେ ଏହାକୁ ସୁପ୍ରିୟା ସାହୁ ଆଇଏସ (supriyasahuias) ନାମକ ଏକ ଟୁଇଟର ଆକାଉଣ୍ଟରେ ସେୟାର ହୋଇଥିଲା । ତେବେ ଏହି ଭିଡିଏକୁ ୧୨ ଲକ୍ଷରୁ ଅଧିକ ଭିୟୁଜ୍ ମିଳିଥିବା ବେଳେ ଏହାକୁ ନେଇ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । ସେଥିମଧ୍ୟରୁ କିଛି ଲୋକ କମେଣ୍ଟରେ କହିଛନ୍ତି ଜୀବନକୁ ବାଜି ଲଗାଇ ଏପରି କରିବା ଠିକ୍ ନୁହେଁ । ସେହିପରି ଆଉ କିଛି ଲୋକ ପିଲାଙ୍କ ପାଇଁ ଚିନ୍ତିତ ହୋଇ କହିଛନ୍ତି ଟିକେ ଭୁଲ ହୋଇଗଲେ ପିଲାଙ୍କ ଅବସ୍ଥା କଣ ହେବ ଏମାନେ ଜାଣି ପାରୁନାହାନ୍ତି ?

Get real time updates directly on you device, subscribe now.